ଆରମ୍ଭ ହୋଇଛି ୧୨ତମ କିଟ୍ ଇଣ୍ଟରନ୍ୟାସନାଲ ଚେସ୍ ଫେଷ୍ଟିଭାଲ ୨୦୧୯

ଭୁବନେଶ୍ବର : କିଟ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି ୧୨ତମ କିଟ ଇଣ୍ଟରନ୍ୟାସନାଲ ଚେସ ଫେଷ୍ଟିବାଲ – ୨୦୧୯ । ପ୍ରତିଯୋଗିତାରେ ୧୯ଟି ଦେଶର ଖେଳାଳି ଯୋଗ ଦେଇଛନ୍ତି । ଅଲ ଓଡ଼ିଶା ଚେସ ଆସୋସିଏସନ ଓ କିଟ୍‌ ବିଶ୍ୱବିଦ୍ୟାଳୟରେ ମିଳିତ ପ୍ରୟାସରେ ପ୍ରତିଯୋଗିତା ଆୟୋଜିତ ହୋଇଛି ।

ଏଥିରେ ୧୯ଟି ଦେଶର ଚେସ ତାରକା ଭାଗ ନେଇଛନ୍ତି । ଗ୍ରୁପ-ଏ,ଗ୍ରୁପ-ବି ଏବଂ ଗ୍ରୁପ-ସିର ପର୍ଯ୍ୟାୟକ୍ରମେ ଏହି ଖେଳ ଖେଳାଯାଉଛି । ଗ୍ରୁପ- ଏରେ ୨୮୦,ଗ୍ରୁପ – ବିରେ ୩୨୦ ଓ ଗ୍ରୁପ ସିରେ ୪୦୦ ଶହ ପ୍ରତିଯୋଗୀ ଭାଗ ନେଇଛନ୍ତି । ଓଡିଶାର ବହୁ ଚେସ ତାରକା ପ୍ରତିଯୋଗୀତାରେ ଦମ ଦେଖାଉଛନ୍ତି ।

ଜୁନ ୭ରେ ଏହି ଚେସ ଫେଷ୍ଟିଭାଲ ଉଦଯାପିତ ହେବ । ଏଥିସହ ବିଜୟୀ ଖେଳାଳୀଙ୍କୁ ପୁରସ୍କାର ଅର୍ଥ ପ୍ରଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.