ବଢିଲା ପିଏମ୍‌ କିଷାନ ଯୋଜନାର ପରିସର, ଏଣିକି ଏହି ଯୋଜନାରେ ସାମିଲ ହେବେ ଦେଶର ସମସ୍ତ ଚାଷୀ

ଦାୟିତ୍ୱ ଗ୍ରହଣ ପରେ ମୋଦି ସରକାରର ପ୍ରଥମ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଣିକି ସମସ୍ତ କୃଷକଙ୍କୁ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଯୋଜନାରେ ପ୍ରତ୍ୟେକ କୃଷକଙ୍କୁ ବର୍ଷକୁ ୬ହଜାର ଟଙ୍କାର ସହାୟତା ରାଶି ମିଳିବ। ଦେଶର ୧୪.୫କୋଟି କୃଷକ ଏହି ଯୋଜନାରେ ସିଧାସଳଖ ଯୋଡ଼ି ହେବେ। ଆଗାମୀ ୫ବର୍ଷ ମଧ୍ୟରେ କୃଷକଙ୍କ ଆମଦାନୀକୁ ଦ୍ୱିଗୁଣ କରିବାକୁ ପ୍ରୟାସ କରାଯିବ ବୋଲି ସରକାର ଯୋଜନା ରଖିଛନ୍ତି। ସହାୟତା ରାଶି କୃଷକଙ୍କ ପାଇଁ ପେନସନ ଯୋଜନା ମଧ୍ୟ ଲାଗୁ କରିବାକୁ ଘୋଷଣା ହୋଇଛି। ପୂର୍ବରୁ ପିଏମ କିଷାନ ଯୋଜନାରେ ୧୨କୋଟି ୫୦ଲକ୍ଷ କୃଷକ ଯୋଡ଼ି ହୋଇଥିବା ବେଳେ ବର୍ତ୍ତମାନ ଏଥିରେ ଆଉ ପ୍ରାୟ ୨କୋଟି କୃଷକ ଯୋଡ଼ି ହେବେ। ଏଥିପାଇଁ ଅଧିକ ୧୨ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ପୂର୍ବରୁ ପିଏମ କିଷାନ ଯୋଜନା ପାଇଁ ବର୍ଷକୁ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାକୁ ରହିଥିବା ବେଳେ ବର୍ତ୍ତମାନ ଏଥିପାଇଁ ୮୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

ସେହିପରି ଛାତ୍ରବୃତ୍ତି ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନ୍ୟାସନାଲ ଡିଫେନସ ଫଣ୍ଡ ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ବୃତ୍ତି ଯୋଜନାରେ ବଡ଼ ପରିବର୍ତ୍ତନ କରିଛନ୍ତି। ଆତଙ୍କବାଦୀ ଓ ମାଓବାଦୀ ଆକ୍ରମଣରେ ସହିଦଙ୍କ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି ଅର୍ଥରାଶିକୁ ବୃଦ୍ଧି କରାଯାଇଛି। ଛାତ୍ରମାନଙ୍କ ପାଇଁ ବୃତ୍ତି ରାଶିକୁ ୨୦୦୦ରୁ ୨୫ ଶହ ଓ ଛାତ୍ରୀମାନଙ୍କ ପାଇଁ ବୃତ୍ତି ରାଶି ପରିମାଣ ୨୨୫୦ରୁ ୩ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ସଂଘଟିତ ବ୍ୟବସାୟୀମାନଙ୍କ ପାଇଁ ମାସିକ ୩ହଜାର ଟଙ୍କା ପେନସନ ଦେବାକୁ ମଧ୍ୟ କ୍ୟାବିନେଟ ବୈଠକରେ ସ୍ଥିର ହୋଇଛି। ଏଥିରେ ଏନଡିଏ ୨ ସରକାରର ସମସ୍ତ ମନ୍ତ୍ରୀ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.