ସରିଲା ମେ ମାସ, ତଥାପି ଅନିଶ୍ଚିତତା ଭିତରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶନ

ମେ ଶେଷ ସପ୍ତାହ ସୁଦ୍ଧା ବାହାରି ପାରିନି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ଗତବର୍ଷ ମେ ୧୯ ତାରିଖରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା । ପରୀକ୍ଷା ଖାତା ମୂଲ୍ୟାୟନ ସମୟରେ ପ୍ରଥମେ ସାଧାରଣ ନିର୍ବାଚନ ଓ ପରେ ବାତ୍ୟା ଫନି ଯୋଗୁଁ ଖାତା ଦେଖାରେ ବିଳମ୍ବ ଘଟିଥିବା କହିଛନ୍ତି ପରୀକ୍ଷା ଉପନିୟନ୍ତ୍ରକ । ବିଜ୍ଞାନ ପରୀକ୍ଷା ଖାତା ଅନଲାଇନରେ ଦେଖାଯାଉଥିବା ବେଳେ ଫନି ଯୋଗୁଁ ଇ-ମୂଲ୍ୟାୟନରେ ବିଳମ୍ବ ଘଟିଥିଲା । ଜୁନ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ବାହାରିବା ନେଇ ସେ ସୂଚନା ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ କହିଛନ୍ତି ଖୁବ ଶୀଘ୍ର ବାହାରିବ ପରୀକ୍ଷା ଫଳ।

ପରୀକ୍ଷାଫଳ ପ୍ରକାଶନରେ ଅହେତୁକ ବିଳମ୍ବ ନେଇ ଚିନ୍ତା ପ୍ରକଟ କରିଛନ୍ତି ଶିକ୍ଷାବିତା ଛାତ୍ରଛାତ୍ରୀ ମାନେ ମଧ୍ୟ ଚିନ୍ତାରେ।

ଚଳିତବର୍ଷ ୩ ଲକ୍ଷ ୬୯ ହଜାର ୫୩୭ ଜଣ ଛାତ୍ର ଛାତ୍ରୀ ଯୁକ୍ତ ୨ ପରୀକ୍ଷା ପାଇଁ ନାଁ ରେଜିଷ୍ଟ୍ରେସନ କରିଥିଲେ । ସେଥିରୁ ୯୯ ହଜାର ୧୮ ଜଣ ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା ଦେଇଛନ୍ତି। ମାର୍ଚ୍ଚ ୭ରୁ ମାର୍ଚ୍ଚ ୩୦ ତାରିଖ ଯାଏ ହୋଇଥିଲା ଯୁକ୍ତ ଦୁଇ ପରୀକ୍ଷା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.