ମନଇଚ୍ଛା ମନ୍ତ୍ରୀପଦ ବଣ୍ଟା ଯାଉଛି, ମୋଦି ସରକାର ଗଠନ ପରେ ଜେଡିୟୁ ଓ ବିଜେପି ମଧ୍ୟରେ ଅସନ୍ତୋଷ

ମୋଦି ସରକାର ଗଠନ ହେବା ପରେ ଜେଡିୟୁ ଓ ବିଜେପି ମଧ୍ୟରେ ଅସନ୍ତୋଷ ମୁଣ୍ଡ ଟେକିଛି। ଜେଡିୟୁକୁ ଏନଡିଏ- ୨ ସରକାରରେ ସମ୍ମାନଜନକ ମନ୍ତ୍ରୀ ଆସନ ନମିଳିବାକୁ ଦଳ କୌଣସି ମନ୍ତ୍ରୀ ପଦ ଗ୍ରହଣ କରିନଥିବା ସ୍ପଷ୍ଟ କରିଛନ୍ତି ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିହାରରେ ଏନଡିଏ ମେଣ୍ଟରେ ଥିବା ଦଳ ଆଧାରରେ କିମ୍ବା ରାଷ୍ଟ୍ରୀୟ ସ୍ତରରେ ମେଣ୍ଟର ଦଳ ଆଧାରରେ ମନ୍ତ୍ରୀପଦ ହେବାକୁ ଦାବି ଜଣାଇଥିଲେ ନୀତୀଶ । କିନ୍ତୁ ଏନଡିଏ ସରକାର ପକ୍ଷରୁ ଜେଡିୟୁକୁ ସାଙ୍କେତିକ ଭାବେ ଗୋଟିଏ ମନ୍ତ୍ରୀପଦ ଦିଆଯାଇଥିଲା। ଏହାକୁ ଗ୍ରହଣ କରିଥିଲେ ଦଳୀୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥାନ୍ତା ବୋଲିି କହିଛନ୍ତି ନୀତୀଶ।

ତେବେ ବିଜେପି ସରକାରକୁ ସମର୍ଥନ ରଖିବାକୁ ସ୍ପଷ୍ଟକରିଛନ୍ତି। ବିଜେପି ପାଖରେ ପ୍ରଚଣ୍ଡ ବହୁମତ ଥିବାରୁ ମନଇଚ୍ଛା ମନ୍ତ୍ରୀପଦ ବଣ୍ଟା ଯାଉଥିବା ନେଇ ସେ ଏନଡିଏର ତୀବ୍ର ସମାଲୋଚନା କରିଛନ୍ତି। ଏହା ସହ ଭବିଷ୍ୟତରେ ମୋଦି ସରକାରର ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ଜେଡିୟୁକୁ ମନ୍ତ୍ରୀପଦ ପାଇଁ ଆମନ୍ତ୍ରଣ ମିଳିଲେ ଦଳ ଏହାକୁ ଗ୍ରହଣ କରିବ ନାହିଁ ବୋଲି ନୀତୀଶ ସ୍ପଷ୍ଟ କରିଛନ୍ତି। ଜେଡିୟୁ ପକ୍ଷରୁ ୩ଟି ମନ୍ତ୍ରୀପଦ ପାଇଁ ଦାବି ହୋଇଥିବା ବେଳେ ଗୋଟିଏ ମନ୍ତ୍ରୀପଦ ଦେଇଥିଲା ଏନଡିଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.