ଲଜ୍ଜା ! ପ୍ରେମୀ ଯୋଡିଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥା ବୁଲାଇଲେ, ଆଉ ଭିଡିଓ କରି ସୋସିଆଲ୍ ମିଡିଆରେ କଲେ ଭାଇରାଲ୍

ଝାଡ଼ଖଣ୍ଡ : ଦୁମକା ଜିଲ୍ଲା ସରେୟାହାଟ ଥାନା ଅନ୍ତର୍ଗତ କନକୀୟା ଗାଁରେ ଏପରି ଏକ ଘଟଣା ଘଟିଛି ଯାହା ସଭ୍ୟ ସମାଜକୁ ଲଜ୍ଜିତ କରିବ । ଏହି ଗାଁରେ ଏକ ପ୍ରେମୀ ଯୋଡିଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ସାରା ବଜାର ବୁଲାଇବା ସହିତ ଉକ୍ତ ଘଟଣାର ଭିଡିଓ କରି ହ୍ଵାଟ୍‌ସଆପ୍‌ରେ ଭାଇରାଲ କରିବା ଭଳି ଅମାନବୀୟ ଘଟଣା ସମ୍ନାକୁ ଆସିଛି।

whats appପୋଲିସ୍ ଅଧୀକ୍ଷକ ୱାଇ.ଏସ୍ ରମେଶ କହିଛନ୍ତି କି, କନକୀୟା ଗାଁରେ ବୁଧବାର ରାତିରେ ପୀଡିତାଙ୍କ ଦାଦାଙ୍କ ଝିଅର ବିବାହ ଥିଲା । ପରିବାର ଲୋକେ ଯେତେବେଳେ ବିବାହରେ ମସଗୁଲ୍ ଥିଲେ ସେହି ସମୟରେ ଗାଁ ଲୋକେ ଧାନ କ୍ଷେତ ଭିତରେ ଜଣେ ଯୁବକଙ୍କ ସହିତ କିଶୋରୀ ଜଣଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ । ତେବେ ସେଠାରେ ଉପସ୍ଥିତ ଥିବା ଯୁବକମାନେ ଏହି ପ୍ରେମୀ ଯୋଡିଙ୍କୁ ମାରପିଟ୍ କହିବା ସହିତ ଉଭୟଙ୍କ ପୋଷାକ ଚିରି ଦେଇଥିଲେ । ତେବେ ଏପରି ଅବସ୍ଥାରେ ଉଭୟଙ୍କୁ ଯୁବକମାନେ ରାତି ସାରା ରଖିବା ପରେ ଗୁରୁବାର ସକାଳେ ଦୁହିଁଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଚାରିଆଡେ ବୁଲାଇବା ସହିତ ଥାନା ଆଗରେ ଛାଡି ଦେଇଥିଲେ । ଏହି ସମୟରେ କିଛି ଲୋକେ କେବଳ ଏହାର ଭିଡିଓ କରିବା ସହିତ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରି ଦେଇଥିଲେ ।

dumkaସରେୟାହାଟ ପୋଲିସ୍ ପୀଡିତାଙ୍କ ବୟାନ ରେକର୍ଡ କରିବା ସହିତ ପସ୍କୋ ଆକ୍ଟ ଅନୁଯାୟୀ ଧାରା ୩୭୬(୨ଏନ୍) ରୁଜୁ କରିବା ସହିତ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ପୋଲିସ୍ ଅଧୀକ୍ଷକ ଶ୍ରୀ ରମେଶ ଘଟଣାର କଡା ନିନ୍ଦା କରବା ସହିତ ଏହା ବହୁତ ଲଜ୍ଜାଜନକ ଘଟଣା ବୋଲି କହିବା ସହ ଏପରି କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.