ଜାଣନ୍ତୁ କାହିଁକି ରୋଲେକ୍ସ ଘଣ୍ଟା ନିଜର ଦାମ୍ ପାଇଁ ଜଣାଶୁଣା !

ପୂରା ଦୁନିଆରେ ରୋଲେକ୍ସ ଘଣ୍ଟା ନିଜର ଦାମ୍ ପାଇଁ ଜଣାଶୁଣା । ଏହି ଘଣ୍ଟାଟିର ଖାସିୟତ ହେଇଛି ଏହାକୁ ପିନ୍ଧିଥିବା ବ୍ୟକ୍ତିଙ୍କର ଷ୍ଟାଟସ୍ ଏହି ଘଣ୍ଟାର ସିମ୍ବଲ୍ ଦ୍ବାରା ଜଣାପଡିଥାଏ । ଲୋକ ଭାବିଥାନ୍ତି ସମୟତ ସବୁ ଘଣ୍ଟା ଦେଖାଇଥାଏ ତ, ଏହି ରୋଲେକ୍ସ ଘଣ୍ଟାର ଦାମ୍ ଏତେ ଅଧିକ କ’ଣ ପାଇଁ ? ଯଦି ଆପଣ ଏହାର ଅସଲ କାରଣ ବିଷୟରେ ଜାଣିବେ ତାହାଲେ ନିଶ୍ଚୟ ଆଶ୍ଚର୍ୟ୍ୟ ହେବେ ।

work watch

ରୋଲେକ୍ସ ଘଣ୍ଟା ନିଜର ଖାସ୍ କାରୀଗରି ପାଇଁ ଜଣା । ଏହାକୁ ଏକ ସମ୍ପୁର୍ଣ୍ଣ ଅଲଗା ତରିକାରେ ତିଆରି କରାଯାଇଥାଏଯେ, ଏହାର ଦାମ୍ ଲକ୍ଷ୍ୟରୁ ଅଧିକ ହୋଇଥାଏ । ତେଣୁ ଏହାର ଦାମ୍ ବହୁତ ଅଧିକ । କିନ୍ତୁ ଆପଣ କ’ଣ କେବେ ଭାବିଛନ୍ତି ଏହି ଘଣ୍ଟାର ମୂଲ୍ୟ ଏତେ କାହିଁକି ରଖାଯାଇଛି । କଂପାନିର ଦାବି ମୁତାବକ ରୋଲେକ୍ସ ଘଣ୍ଟାଟି ସାଧାରଣ ଘଣ୍ଟା ନୁହେଁ । ଏହି ଘଣ୍ଟାର ପ୍ରଡକ୍ସନ ପାଇଁ ଅଲଗା କରି ଆର୍ ଏବଂ ଡି ଲାବ୍ କଂପାନି ତିଆରି କରିଛି । ଏହି ଲାବ୍ ଟିରେ ଏତେ ନିରେକ୍ଷଣରେ କାମ ହୋଇଥାଏ ଯେ, ପୂରା ଦୂନିଆରେ ଏମିତି କାମ କେଉଁ ଠାରେବି କରାଯାଇ ନଥାଏ । ଏହି ଘଣ୍ଟାଟିରେ ଖୁବ୍ ସୁନ୍ଦରଭାବେ ଡିଜାଇନ୍ କରାଯାଇଛି । କଂପାନିର କାରୀଗରିମାନେ କହିଛନ୍ତି ଏହି ଘଣ୍ଟାଟିକୁ ତିଆରି କରିବା ସହଜ ନୁହେଁ । କେବଳ ଏଥିପାଇଁ ଏହି ଘଣ୍ଟାର ଦାମ୍ ଅଧିକ ରଖାଯାଇଛି । ଏବଂ ଏହାର କ୍ୟାଲିଟି ପାଇଁ ଏହାର ଦାମ୍ ମନକୁ ମନ ବଜାରରେ ବଢି ଚାଲିଛି । ପ୍ରଥମେ ୧୯୫୩ରେ ରୋଲେକ୍ସ ଘଣ୍ଟା ତିଆରି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.