କେନ୍ଦ୍ରୀୟ ବଜେଟରେ ଓଡ଼ିଶାକୁ ମିଳିବ କ’ଣ?, ନଜର ପକାନ୍ତୁ ରାଜ୍ୟର ଦାବି ଉପରେ

ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ ୟୁନିୟନ୍‌ ବଜେଟ୍‌ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ପୁଣି ଜଣେ ମହିଳା ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନା କରିବାକୁ ଯାଉଛନ୍ତି । କେନ୍ଦ୍ର ବଜେଟରେ ଏଥର ସରକାର କେଉଁ କେଉଁ ଦିଗକୁ ଫୋକସ କରିବେ ତାହାକୁ ଏବେ ଅପେକ୍ଷା । ଏଥର ବଜେଟ୍‌ରେ ଓଡ଼ିଶା ପାଇଁ କଣ ରହିଛି। କେଉଁ ଦିଗକୁ କେନ୍ଦ୍ର ସରକାର ପ୍ରାଧାନ୍ୟ ଦେଇଛନ୍ତି, ତାହା କାଲି ସ୍ପଷ୍ଟ ହେବ।

ଆହୁରି ପଢନ୍ତୁପ୍ରଥମେ ସଂଧ୍ୟା ୫ ଟାରେ ହେଉଥିଲା ବଜେଟ୍ ଉପସ୍ଥାପନ, କିନ୍ତୁ ଏବେ…

କେନ୍ଦ୍ରୀୟ ବଜେଟରେ ଓଡ଼ିଶାକୁ କଣ ମିଳିବ। ବଜେଟ୍‌ରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବେ କି କେନ୍ଦ୍ର ସରକାର। ନିକଟରେ ଫନି କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାର କେନ୍ଦ୍ରକୁ ଦେଇଛନ୍ତି। ଫନିର ପରବର୍ତ୍ତୀ ଥଇଥାନ ଓ ମରାମତି କାର୍ଯ୍ୟ ପାଇଁ ବଜେଟ୍‌ରେ ସ୍ୱତନ୍ତ୍ର ଅନୁଦାନ ଦେବେ କି କେନ୍ଦ୍ର ସରକାର। ଲଗାତର ପ୍ରାକୃତିକ ବିପର୍ଯୟ ସାମ୍ନା କରୁଛି ରାଜ୍ୟ। ଏହାକୁୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଆସୁଛି ଓଡ଼ିଶା। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଏନ୍‌ ରାୟ ସ୍ପଷ୍ଟ କରିଛନ୍ତି ଯେ, ଚତୁର୍ଦ୍ଦଶ ଅର୍ଥ କମିଶନ ନିୟମ ଅନୁସାରେ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ବ୍ୟବସ୍ଥା ହିଁ ନାହିଁ। ସେପଟେ ରାଷ୍ଟ୍ରପତି ଅଭିଭାଷଣରେ ମହାନଦୀକୁ ପ୍ରଦୂଷଣମୁକ୍ତ କଥା ଉଲ୍ଲେଖ ଥିଲା। ତେଣୁ ମହାନଦୀକୁ ନେଇ ବଜେଟରେ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିବେ କି କେନ୍ଦ୍ର ସରକାର।

ଆହୁରି ପଢନ୍ତୁକେନ୍ଦ୍ର ସରକାରରେ ଖାଲି ପଡିଛି ୭ ଲକ୍ଷ ନିଯୁକ୍ତି ପଦ, କେବଳ ରେଲୱେରେ ହେବ ୨.୬ ଲକ୍ଷ ଭର୍ତ୍ତି

ରେଳବଜେଟ୍‌ରେ ଗତ ଆର୍ଥିକ ବର୍ଷଠାରୁ ମିଳିବ କି ଅଧିକ ଅନୁଦାନ। ୨୦୧୮-୧୯ ଆର୍ଥିକ ବର୍ଷରେ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ମିଳିଥିଲା ୫୨୫୨ କୋଟି ଟଙ୍କା। ୨୦୧୭-୧୮ ଆର୍ଥିକ ବର୍ଷରେ ରେଳବାଇ କ୍ଷେତ୍ରରେ ୫୧୦୨ କୋଟି ଟଙ୍କା ଅନୁଦାନ ମିଳିଥିଲା। ହରିଦାସପୁର-ପାରଦୀପ ରେଳ ଲାଇନ ପ୍ରକଳ୍ପ, ଖୋର୍ଦ୍ଦା-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଧୀମା ଗତିରେ ଚାଲିଛି। ଫୁଲବାଣୀ ପାଇଁ ରେଲଲାଇନ ଘୋଷଣା ହେବ କି।

ଏହା ବାଦ୍‌ ପୂର୍ବରୁ ରେଳବାଇ କ୍ଷେତ୍ରରେ ଓଡ଼ିଶା ପାଇଁ ଅନେକ ଘୋଷଣା ହୋଇଥିଲେ ତାହା କାର୍ଯ୍ୟରେ ପରିଣତ ହୋଇନି। ଓଡ଼ିଶାରେ ରେଳାବାଇ ମେଡିକାଲ କଲେଜ ଓ ହସ୍ପିଟାଲ ହେଉ କିମ୍ବା ୱାଗନ ଫ୍ୟାକ୍ଟ୍ରି କିମ୍ବା ଭୁବନେଶ୍ୱର ରେଳଷ୍ଟେସନକୁ ଅନ୍ତର୍ଜାତୀୟ ସ୍ତରର ରେଳଷ୍ଟେସନ କରିବା କଥା ହେଉ, ଏ ସବୁ ଘୋଷଣାରେ ସୀମିତ ରହିଛି। ଏଥର ବଜେଟ୍‌ରେ ଏଥିପ୍ରତି ମିଳିବ କି ଗୁରୁତ୍ୱ।

କେନ୍ଦ୍ର ସରକାରଙ୍କ ଟାର୍ଗେଟ ରହିଛି, ୨୦୨୨ ସୁଦ୍ଧା ଦେଶର କୃଷକଙ୍କ ଆୟ ଦୁଇଗଣ କରିବେ। ଏହାକୁ ଦୃଷ୍ଟିରେ ବଜେଟରେ କୃଷି ଓ କୃଷକଙ୍କ ପାଇଁ କଣ ସବୁ ବ୍ୟବସ୍ଥା କରୁଛନ୍ତି କେନ୍ଦ୍ର ସରକାର ଏବେ ତାହାକୁ ଅପେକ୍ଷା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.