ବାଂଲା ଟିମ୍‌ ଉପରେ ଚଡ଼କ ପଡୁ, ଏମିତି କହିଲେ କେଉଁ ପାକସ୍ତାନୀ ଖେଳାଳି ଜାଣନ୍ତୁ

ଭାରତ ଠାରୁ ହାରିବା ପରେ ପାକିସ୍ତାନ କ୍ରିକେଟ୍‌ ଟିମ୍‌ ଯେଉଁ ଲଜ୍ଜାଜନକ ପରିସ୍ଥିତିର ସାମନା କରିଥିଲା ପରବର୍ତ୍ତୀ ମ୍ୟାଚ୍‌ ସବୁ ଜିତି ତାକୁ ଅନେକ ମାତ୍ରାରେ ଭରଣା କରି ସାରିଛି । ତେବେ ଏହି ଦଳ ଚଳିତ ବିଶ୍ୱକପ୍‌ରେ ସେମିଫାଇନାଲ୍‌କୁ ଯିବା ପାଇଁ ଅତିରିକ୍ତ ଭାବେ ଆଶାୟୀ ଅଛି । ବର୍ତ୍ତମାନର ଗଣିତ କହୁଛି କେବଳ କିଛି ଚମତ୍କାରିତା ହିଁ ପାକିସ୍ତାନକୁ ସେମିଫାଇନାଲ୍‌ରେ ପହଞ୍ଚାଇ ପାରିବ । ତେଣୁ ବାଂଲାଦେଶ ସହ ମ୍ୟାଚ୍‌ ପୂର୍ବରୁ ଦଳର ପୂର୍ବତନ ଖେଳାଳି ମହମ୍ମଦ ୟସୁଫ କହିଛନ୍ତି, ବାଂଲା ଟିମ୍‌ ଉପରେ ଚଡ଼କ ପଡ଼ିଯାଉ ।
ଆସନ୍ତାକାଲି ଲର୍ଡସ ପଡ଼ିଆରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଯଦି ଏଥିରେ ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଯାଏ ତେବେ ଆପେ ଆପେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.