Below header

ସଂସଦରେ ପ୍ରମିଳା ମାଆଙ୍କ ପ୍ରଥମ ଦାବି, ଆଶା ଓ ଅଙ୍ଗନବାଡି କର୍ମୀଙ୍କ ବଢ଼ାଅ ଦରମା

ଲୋକସଭାରେ ବିତର୍କରେ ପ୍ରଥମ ଥର ଭାଗ ନେଲେ ବିଜେଡି ସାଂସଦ ପ୍ରମିଳା ବିଷୋୟୀ । ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଦରମା ପ୍ରସଙ୍ଗ ଉଠାଇଥିଲେ । କହିଥିଲେ କାମ ଅନୁସାରେ ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ଦରମା ମିଳୁନାହିଁ । ଆଶା ଓ ଅଙ୍ଗନବାଡିକର୍ମୀଙ୍କ ମାସିକ ଦରମା ୧୫ ହଜାର ଟଙ୍କା ଓ ସହାୟିକାଙ୍କ ଦରମା ୧୨ ହଜାର ଟଙ୍କା କରିବାକୁ ଦାବି ରଖିଛନ୍ତି । ସାଂସଦ ପ୍ରମିଳା ବିଶୋୟୀଙ୍କୁ କହିବାକୁ ସୁଯୋଗ ଦେବା ସହ ତାଙ୍କର ପ୍ରଶଂସା କରିଥିଲେ ବାଚସ୍ପତି ।

ସେହିପରି ବିତର୍କରେ ଭାଗ ନେଇଥିଲେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ । କେନ୍ଦୁଝରରେ ଇସ୍ପାତ କାରଖାନା ପାଇଁ କଲେ ଦାବି କରିଥିଲେ ଲୋକସଭାର ସର୍ବକନିଷ୍ଠ ସାଂସଦ । ଏପଟେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ କେନ୍ଦୁଝର-ଯାଜପୁର ରୋଡରୁ ଧାମରା ଯାଏଁ ରେଳ ପ୍ରକଳ୍ପ ପ୍ରସଙ୍ଗ ଉଠାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.