ଏହି ଜେଲରେ ଆଜୀବନ ଦଣ୍ଡ ଭୋଗୁଛି ଭାଲୁ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆପଣ ମଣିଷଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବା କଥା ଜାଣିଥିବେ । କିନ୍ତୁ କଣ କେବେ ଶୁଣିଛନ୍ତି କେଉଁଠି କୌଣସି ପଶୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବା କଥା । ନିଶ୍ଚତ ଭାବେ ଆପଣ ଶୁଣିନଥିବେ । କିନ୍ତୁ କଜାଖସ୍ତାନର ଏକ ଜେଲରେ କିଛି ଏମିତି ହୋଇଛି । ଯେଉଁଠାରେ ଏକ ଭାଲୁ ଆଜୀବନ କାରାଦଣ୍ଡ ଭୋଗୁଛି ।

bear 1ସୂଚନା ମୁତାବକ କଜାଖସ୍ତାନର କୋଷ୍ଟନୀ ଜିଲ୍ଲାରେ ପାଖାପାଖି ୭୩୦ କଏଦୀ ଅଛନ୍ତି । ଯେଉଁମାନଙ୍କ ମଧ୍ୟରେ ବହୁ ହତ୍ୟା କରିଥିବା ଆସାମୀ ଅଛନ୍ତି । ସେମାନଙ୍କ ଭିତରେ ଏହି ଭାଲୁଟି ମଧ୍ଯ ସାମିଲ ଅଛି । ଏଠାରେ ବନ୍ଦି ଥିବା ଆସାମୀ ମାନଙ୍କୁ ସବୁଠାରୁ ଅଧିକ ଦିନ ଭାବେ ୨୫ ବର୍ଷ ପାଇଁ କାରାଦଣ୍ଡ ଭୋଗ କରିବାକୁ ପଡିଥାଏ କିନ୍ତୁ ଏହି ଭାଲୁ ଟି ଆଜୀବନ କାରାଦଣ୍ଡ ଭୋଗୁଛି । ଏହି ଭାଲୁ ଜେଲର ପ୍ରଥମ ଏମିତି କଏଦୀ ଯିଏ ଆଜୀବନ ଦଣ୍ଡରେ ଦଣ୍ଡିତ ହୋଇଛି । ଏହି ଭାଲୁର ନାଁ କାଟ୍ୟା ଯିଏ ୩୬ବର୍ଷର । ପ୍ରଥମରୁ ଏହି ଭାଲୁ ଏକ ସର୍କସରେ କାମ କରୁଥିଲା କିନ୍ତୁ ପରେ ତାକୁ ସେଥିରୁ ବାହାର କରିଦିଆଗଲା । ଏହାପରେ ତାକୁ ଏକ କ୍ୟାମ୍ପେନ୍ ସାଇଟରେ ପିଞ୍ଜରାରେ ରଖାଯାଇଥିଲା । ସେଠାକୁ ଆସୁଥିବା ଲୋକେ ତାକୁ କିଛି କିଛି ଖାଇବାକୁ ଦେଉଥିଲେ ।

valu୧୫ବର୍ଷ ପୂର୍ବର କଥା ଯେବେ ଗୋଟେ ୧୧ ବର୍ଷର ଛୁଆ ଏହି ଭାଲୁକୁ କିଛି ଖାଇବାକୁ ଦେବା ପାଇଁ ଚେଷ୍ଟା କରୁଥିବା ବେଳେ ସେତେବେଳେ ଭାଲୁଟି ହଠାତ୍ ଛୁଆଟିକୁ କାମୁଡି ଦେଇଥିଲା। ଏହାପରେ ଭାଲୁଟି ଭିକ୍ଟର ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଯିଏ ଭାଲୁଟିକୁ ହାତ ମିଳେଇବାକୁ ଚେଷ୍ଟା କରୁଥିଲେ । ଭାଲୁର ଏଭଳି ଆକ୍ରମଣ ପରେ ତାକୁ ସେଠାରୁ ହଟାଇ ଦିଆଯାଇ ଚିଡିଆଖାନାରେ ରଖାଯିବା ପାଇଁ ନିଷ୍ପତ୍ତି ନିଆଗଲା । କିନ୍ତୁ ଚିଡିଆଖାନାର ଅଧିକାରୀମାନେ ତାକୁ ରଖିବା ପାଇଁ ମନା କରିଦେଇଥିଲେ । ଏହାପରଠାରୁ ସେ ଜେଲରେ ଏଭଳି ବନ୍ଦି ଅବସ୍ଥାରେ ଜୀବନ ବିତାଉଛି ।

Leave A Reply

Your email address will not be published.