୨୦ କୋଟିର ହୋଟେଲକୁ ବୋମା ଲଗାଇ ମାଟିରେ ମିଶାଇ ଦେଲେ ପୌର କର୍ତ୍ତୃପକ୍ଷ, ଦେଖନ୍ତୁ ଭିଡିଓ

ମଧ୍ୟପ୍ରଦେଶ ଉଜ୍ଜୟିନୀ ଟାଉନ୍‌ରେ ଏକ ହୋଟେଲକୁ ଭାଙ୍ଗି ଦେଇଛି ସ୍ଥାନୀୟ ପୌରପରିଷଦ । ଏହି ଶାନ୍ତି ପ୍ୟାଲେସ୍‌ ହୋଟେଲଟି ବେଆଇନ୍‌ ଭାବେ ନିର୍ମାଣ ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୌରପରିଷଦ କର୍ତ୍ତୃପକ୍ଷ ତାକୁ ଭାଙ୍ଗି ଦେଇଛନ୍ତି । ଏହାକୁ ବୋମା ଲଗାଇ ଭଙ୍ଗା ଯାଇଛି । ୧୦୦ ରୁମ୍‌ ବିଶିଷ୍ଟ ଏହି ହୋଟେଲ ନିର୍ମାଣରେ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଏହି ମାମଲା ଗତ ୧୦ ବର୍ଷ ଧରି ମଧ୍ୟପ୍ରଦେଶ ହାଇକୋର୍ଟରେ ଚାଲିଥିଲା । ଏହା ଭିତରେ ହୋଟେଲ ମାଲିକ ପାଖରେ ଥିବା ଖାଲି ଜାଗାରେ ପୁଣି ବେଆଇନ୍‌ ନିର୍ମାଣ ଆରମ୍ଭ କରିଥିଲେ ।

ଆସନ୍ତୁ ଦେଖିବା ଏହି ଭବ୍ୟ ହୋଟେଲ କିଭଳି ହୋଇଛି ଧରାଶାୟୀ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.