ନୂଆଦିଲ୍ଲୀ : ସୁଧହାର ବଢ଼ାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ଜୁନ୍ ମାସ ପରେ ଏବେ ପୁଣି ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ବୃଦ୍ଧି ପାଇ ୬. ୫୦ ପ୍ରତିଶତ ହୋଇଛି । ପୂର୍ବରୁ ୬.୨୫ ପ୍ରତିଶତ ଥିଲା । ସେହିପରି ରିଭର୍ସ ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ବଢ଼ି ୬.୨୫ ପ୍ରତିଶତ ହୋଇଛି । ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ସୁଧହାର ବୃଦ୍ଧି କରାଯାଇଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ କହିଛନ୍ତି । ଚଳିତ ଆର୍ଥିକବର୍ଷର ଦ୍ୱିତୀୟ ୬ ମାସ ପାଇଁ ମୁଦ୍ରାସ୍ଫୀତି ପୂର୍ବାନୁମାନ ୪ ଦଶମିକ ୮ ପ୍ରତିଶତ କରିଛି ରିଜର୍ଭ ବ୍ୟାଙ୍କ । ବର୍ଦ୍ଧିତ ତେଲଦର ଏବଂ ଏମ୍ଏସ୍ପି ବୃଦ୍ଧି ପରେ ମୁଦ୍ରାସ୍ଫୀତି ଲକ୍ଷ୍ୟକୁ ବଢ଼ାଯାଇଥିବା ରିଜର୍ଭ ବ୍ୟାଙ୍କ କହିଛି । ଏବେ ଆଶଙ୍କା କରାଯାଉଛି, ଗାଡ଼ି ଓ ଗୃହ ଆଦି ଋଣ ଉପରେ ବିଭିନ୍ନ ବ୍ୟାଙ୍କ ସୁଧହାର ବଢ଼ାଇ ପାରନ୍ତି ।
Prev Post