୧ ସେପ୍ଟେମ୍ବରରେ ଲାଗିବ ବଡ ଝଟକା, ଟୋଲ-ଟ୍ୟାକ୍ସ ବ୍ୟାକିଙ୍ଗ ଏବଂ ଗ୍ୟାସ୍‌ ସିଲିଣ୍ଡର ସବୁଥିରେ ହେବ ପରିବର୍ତ୍ତନ

ଆଉ ଗୋଟିଏ ଦିନ ପରେ ନୂଆ ମାସ ଅର୍ଥାତ୍‌ ସେପ୍ଟେମ୍ବର ଆରମ୍ଭ ହେଉଛି। ନୂଆ ମାସର ଆରମ୍ଭ ଅନେକ ପରିବର୍ତ୍ତନ ଆଣିଦେବ ଲୋକଙ୍କ ପାଇଁ। ବ୍ୟାକିଙ୍ଗ, ଟୋଲ-ଟ୍ୟାକ୍ସ ଏବଂ ପ୍ରୋପର୍ଟୀ ସମେତ ଅନେକ ସେବାର ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧା ପ୍ରଭାବ ଆପଣଙ୍କ ପକେଟ ଉପରେ ପଡିବ। ଏହାବ୍ୟତୀତ ଗ୍ୟାସ ସିଲିଣ୍ଡରର ଦାମରେ ମଧ୍ୟ ବୃଦ୍ଧି ହୋଇପାରେ। ତାହେଲେ ଆପଣ ୧ ତାରିଖ ଆସିବା ପୂର୍ବରୁ ଜାଣି ନିଅନ୍ତୁ କେଉଁ କେଉଁ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି।

ଟୋଲ ଟ୍ୟାକ୍ସରେ ହେବ ବୃଦ୍ଧି

ଯମୁନା ଏକ୍ସପ୍ରେସରେ ଟୋଲ ଟ୍ୟାକ୍ସ ବୃଦ୍ଧି ହେବାକୁ ଯାଉଛି, ଅର୍ଥାତ୍‌ ୧ ସେପ୍ଟେମ୍ବରରୁ ଆପଣଙ୍କୁ ଅଧିକ ଟ୍ୟାକ୍ସ ଭରିବାକୁ ପଡିବ। ଛୋଟ ବାହନ ଚାଳକ ଯେମିତିକି କାର ଚାଳକଙ୍କୁ ଏହି ଏକ୍ସପ୍ରେସେଓ୍ଵରେ ଯିବା ପାଇଁ ହେଲେ ପ୍ରତି କିଲୋମିଟର ପିଛା ୧୦ ପଇସା ଅଧିକ ପେମେଣ୍ଟ ଭରିବାକୁ ପଡିବ। ସେହିପରି କମର୍ସିଆଲ ବାହନକୁ ୫୨ ଟଙ୍କା ଅଧିକ ଟୋଲ ଟ୍ୟାକ୍ସ ଦେବାକୁ ହେବ।

ପିଏନବି ଗ୍ରାହକଙ୍କ ପାଇଁ ଜରୁରୀ ଖବର

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକଙ୍କୁ ୩୧ ଅଗଷ୍ଟ ଭିତରେ ନିଜର କେଓ୍ଵାଇସୀକୁ ଅପଡେଟ  କରିବାକୁ ହେବ। ଯଦି ଆପଣ ଏମିତି କରୁନାହାଁନ୍ତି ତାହେଲେ ଆପଣଙ୍କ ଖାତା ବ୍ଲକ ହୋଇଯିବ ଏବଂ ଆପଣଙ୍କୁ ନିଜ ଆକାଉଣ୍ଟକୁ ବ୍ୟବହାର କରିବା ପାଇଁ ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ।

ବୀମା ପଲିସିର ପ୍ରିମିୟମରେ ରିହାତୀ

IRDAI ଜଣାଇଛି ଯେ  ସେପ୍ଟେମ୍ବରରୁ ପଲିସିର ପ୍ରିମିୟମ କମ୍‌ ହୋଇଯିବ। ଇରଡା ତରଫରୁ ଜେନେରାଲ ଇନସୁରାନ୍ସ ନିୟମରେ କରାଯାଇଥିବା ପରିବର୍ତ୍ତନ ପରେ ଗ୍ରାହକଙ୍କୁ ୩୦ ରୁ ୩୫ ପ୍ରତିଶତ ବଳଦରେ ଏବେ ୨୦ ପ୍ରତିଶତ କମିଶନ, ଏଜେଣ୍ଟଙ୍କୁ ଦେବାକୁ ହେବ। ଏହାଦ୍ୱାରା ଲୋକଙ୍କ ପ୍ରିମିୟମ୍‌ କମ୍‌ ହୋଇଯିବ।

ଘର କିଣିବା ହୋଇଯିବ ମହଙ୍ଗା

ଏହାବ୍ୟତୀତ ଯଦି ଆପଣ ଘର କିଣିବାକୁ ପ୍ଲାନ ବନାଉଛନ୍ତି ତାହେଲେ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ହେବ। ସରକାର ଗାଜିଆବାଦ ସର୍କଲରେ ରେଟ ଦାମରେ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସର୍କଲରେ ରେଟ ଦାମରେ ୨ ରୁ ୪ ପ୍ରତିଶତ ପର୍ଯ୍ୟନ୍ତର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରପର୍ଟିରେ ବଢ଼ିଥିବା ସର୍କଲ ରେଟ ୧ ସେପ୍ଟେମ୍ବର ୨୦୨୨ ରୁ ଲାଗୁ ହୋଇଯିବ।

ଗ୍ୟାସ-ସିଲିଣ୍ଡର ଦାମରେ ହେବ ପରିବର୍ତ୍ତନ

ଗ୍ୟାସ-ସିଲିଣ୍ଡର ଦାମରେ ସରକାରୀ ତେଲ କମ୍ପାନୀ ପ୍ରତି ମାସ ପହିଲା ତାରିଖରେ ଗ୍ୟାସ ସିଲିଣ୍ଡରର ଦାମର ସମୀକ୍ଷା କରିଥାନ୍ତି, ତାହେଲେ ଏଥର ମଧ୍ୟ ୧ ସେପ୍ଟେମ୍ବରରେ ଗ୍ୟାସ ସିଲିଣ୍ଡରର ନୂଆ ରେଟସ ଜାରି କରାଯିବ। ଏଥିରେ ବୃଦ୍ଧି ହେବ ନା ହ୍ରାସ ହେବ ନା ଅପରିବର୍ତ୍ତିତ ରହିବ ତାହା ପହିଲାରେ ହିଁ ଜଣାପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.