ସାରା ତେନ୍ଦୁଲକରଙ୍କ ପରେ ସାରା ଅଲ୍ଲୀଙ୍କୁ ଡେଟ୍‌ କରୁଛନ୍ତି କି ଶୁଭମନ ଗିଲ୍‌ ! ରେଷ୍ଟୁରାଣ୍ଟ ବସିଥିବା ଫଟୋ ଭାଇରଲ

ଭାରତୀୟ ଟିମ୍‌ର ବ୍ୟାଟସମ୍ୟାନ୍‌ ଶୁଭମନ ଗିଲ୍‌ ପୁଣିଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଭାଇରଲ ହୋଇଥିବା ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଶୁଭମନ ଗିଲ ସାରା ଅଲ୍ଲୀ ଖାନଙ୍କ ସହିତ ରୋମାଣ୍ଟିକ ଡିନରରେ ଯାଇଛନ୍ତି। ଯାହାର ଫଟୋ ଏବେ ଭାଇରଲ ହେଉଛି।

ଶୁଭମନ ଗିଲ ଏବେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ ଖେଳୁଛନ୍ତି। ଏହାପୂର୍ବରୁ ଜିମ୍ବାେଓ୍ଵ ଗସ୍ତରେ ଥିଲେ ଶୁଭମନ ଗିଲ। ଏହି ସମୟରେ ଶାନଦାର ପ୍ରଦର୍ଶନ କରିଥିଲେ ଶୁଭମନ ଗିଲ। ଏବେ ଗିଲଙ୍କ ଯେଉଁ ଝିଅ ସହିତ ରୋମାଣ୍ଟିକ ଡିନର କରୁଛନ୍ତି, ସୋସିଆଲ ମିଡିଆ ରିଆକ୍ସନ ମୁତାବକ, ଏହା ସାରା ଅଲ୍ଲୀ ଖାନ ବୋଲି ଜଣାପଡିଛି।

ଶୁଭମନ ଗିଲ ଲଣ୍ଡନରେ ସାରାଙ୍କ ସହିତ ନଜର ଆସିଛନ୍ତି। ଦୁହେଁ ଏକ ରେଷ୍ଟୁରାଣ୍ଟରେ ବସି ଖାଉଥିବା ଦେଖିବାକୁ ମିଳିଛନ୍ତି। ଏହା ପୂର୍ବରୁ ଶୁଭମନ ଗିଲ୍‌ ସାରା ତେନ୍ଦୁଲକରଙ୍କ ସହିତ ଡେଟ୍‌ରେ ଥିବା ଚର୍ଚ୍ଚା ଚାଲିଥିଲା। କିନ୍ତୁ ସାରା ଏହି କଥାକୁ ଖଣ୍ଡନ କରିଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ଶୁଭମନ ଗିଲ ଲଣ୍ଡନରେ ରହିଥିବା ବେଳେ ଏକ ରେଷ୍ଟୁରାଣ୍ଟରେ ସାରା ଅଲ୍ଲୀଙ୍କ ସହିତ ନଜର ଆସିଛନ୍ତି। ଇଂଲଣ୍ଡ ଏବଂ େଓ୍ଵଷ୍ଟଇଣ୍ଡିଜରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ଶୁଭମନ ଗିଲ ଜିମ୍ବାେଓ୍ଵରେ ଭଲ ପ୍ରଦର୍ଶନ କରିଥିଲେ। ଏପଟେ ଶୁଭମନ ଗିଲ ଏବଂ ସାରା ତେନ୍ଦୁଲକର ପରସ୍ପରକୁ ଇନଷ୍ଟାଗ୍ରାମରେ ଅନଫଲୋ କରିଦେଇଛନ୍ତି।

ସୂଚନାଯୋଗ୍ୟ, ନିକଟରେ ସାରା ତେନ୍ଦୁଲକର ଏବଂ କ୍ରିକେଟର ଶୁଭମନ ଗିଲଙ୍କ ଡେଟିଂକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। କିଛିଦିନ ତଳେ ଶୁଭମନ ଗିଲ୍‌ ଏହାକୁ ଖଣ୍ଡନ କରିଥିଲେ। ଶୁଭମନ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କ ସହିତ ଏକ ପ୍ରଶ୍ନ ଉତ୍ତର ସେସନରେ ସେ ସିଙ୍ଗଲ ଥିବା କଥା କହିଥିଲେ। ଏହା ପରେ ଶୁଭମନ ଗିଲ ଏବଂ ସାରା ପରସ୍ପରକୁ ଅନଫଲୋ କରିଥିବା ଅନେକ ଗଣମାଧ୍ୟମରେ ଖବର ଆସିଥିଲା।

Also Read : ଖୁବଶୀଘ୍ର ବାହା ହୋଇପାରନ୍ତି ସାରା ! ଇନଷ୍ଟା ଭିଡିଓରେ ଦେଲେ ସଂକେତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.