ଖୁବଶୀଘ୍ର ବାହା ହୋଇପାରନ୍ତି ସାରା ! ଇନଷ୍ଟା ଭିଡିଓରେ ଦେଲେ ସଂକେତ

ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହିଥାନ୍ତି। ସାରା ସେୟାର କରୁଥିବା ଫଟୋ ଫ୍ୟାନ୍ସଙ୍କୁ ବେଶ୍‌ ପସନ୍ଦ ଆସୁଛି। ଇନଷ୍ଟାଗ୍ରାମ ଆକାଉଣ୍ଟରେ ଡ୍ୟାନ୍ସ ଭିଡିଓ ପୋଷ୍ଟ କରନ୍ତି। ସାରାଙ୍କ ଲାଇଫଷ୍ଟାଇଲ ବେଶ୍‌ ଗ୍ଲାମରର୍ସ ରହିଛି। ହେଲେ ଏବେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ନିଜ ବିବାହ ବିଷୟରେ ସଂକେତ ଦେଇଛନ୍ତି।

ସାରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ସାଙ୍ଗ ଅଲିଶା ସହିତ ନଜର ଆସିଛନ୍ତି। ଏହି ଭିଡିଓରେ ସାରା କହିଛନ୍ତି, ସେ ସାଙ୍ଗମାନଙ୍କ ଅପେକ୍ଷା ଅଧିକ ପଇସା ଖର୍ଚ୍ଚ କରନ୍ତି। ଆଉ ନିଜ ସାଙ୍ଗ ଅପେକ୍ଷା ପ୍ରଥମେ ବିବାହ କରିନେବେ। ସାରା ତେନ୍ଦୁଲକର ଭିଡିଓରେ କହିଛନ୍ତି କି, ସେ ବହୁତ ସାଧାରଣ ଭାବେ ରୁହନ୍ତି। କିନ୍ତୁ ସାରାଙ୍କ ବାହାଘରକୁ ନେଇ ଏପରି ସଂକେତ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରୁହନ୍ତି। ତାଙ୍କର ଇନଷ୍ଟାଗ୍ରାମରେ ୨.୨ ମିଲିଅନ ଫଲୋୟର୍ସ ରହିଛନ୍ତି। ସାରା ଚଳିତବର୍ଷ ମଡେଲିଂ ଦୁନିଆରେ ପାଦ ରଖିଛନ୍ତି। ଏହାଛଡା ବଲିଉଡ ଡେବ୍ୟୁ ମଧ୍ୟ କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ସାରା ନିକଟରେ ଡ୍ରେସ ବ୍ରାଣ୍ଡ ପାଇଁ ମଡେଲିଂ କରିଥିଲେ। ଯାହାକୁ ନେଇ ଅନେକ ଚର୍ଚ୍ଚା ଲାଗିଥିଲା। ଏହାକୁ ନେଇ ସାରା ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଏହାକୁ ନେଇ ଫ୍ୟାନ୍ସ କମେଣ୍ଟ କରୁଛନ୍ତି।

 

View this post on Instagram

 

A post shared by Sara Tendulkar (@saratendulkar)

ସୂଚନାଯୋଗ୍ୟ, ନିକଟରେ ସାରା ତେନ୍ଦୁଲକର ଏବଂ କ୍ରିକେଟର ଶୁଭମନ ଗିଲଙ୍କ ଡେଟିଂକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। କିଛିଦିନ ତଳେ ଶୁଭମନ ଗିଲ୍‌ ଏହାକୁ ଖଣ୍ଡନ କରିଥିଲେ। ଶୁଭମନ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କ ସହିତ ଏକ ପ୍ରଶ୍ନ ଉତ୍ତର ସେସନରେ ସେ ସିଙ୍ଗଲ ଥିବା କଥା କହିଥିଲେ। ଏହା ପରେ ଶୁଭମନ ଗିଲ ଏବଂ ସାରା ପରସ୍ପରକୁ ଅନଫଲୋ କରିଥିବା ଅନେକ ଗଣମାଧ୍ୟମରେ ଖବର ଆସିଥିଲା।

 

View this post on Instagram

 

A post shared by Sara Tendulkar (@saratendulkar)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.