ଆଜି ଭାରତୀୟ ବଜାରରେ କେତେ ଅଛି ସୁନା ଦର ଜାଣନ୍ତୁ

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୨,୩୫୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୭,୧୫୦ ଟଙ୍କା ଟଙ୍କା ଓ ୬୨,୩୫୦ ଟଙ୍କା ହୋଇଛି ।

ନୂଆଦିଲ୍ଲୀ : ସୁନା ପ୍ରତି ଭାରତୀୟଙ୍କ ଆଦର କେବେ କମିନାହିଁ । ବାହାଘର ସିଜିନରେ ସୁନା ଦର ହୁ ହୁ ବଢୁଛି । ଦାମ୍ ଶୁଣିଲେ ସାଧାରଣ ଲୋକ ସୁନା କିଣିବା ପାଇଁ ସାହସ କରି ପାରୁ ନାହାନ୍ତି । ବିବାହ ସିଜିନ ଆରମ୍ଭରୁ ଲଗାତାର ଭାବରେ ବଢୁଛି ଦାମ୍ । ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢୁଥିବାରୁ ଘରୋଇ ବଜାରରେ ଦର ବଢୁଛି ।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୨,୩୫୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୭,୧୫୦ ଟଙ୍କା ଟଙ୍କା ଓ ୬୨,୩୫୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ଅପରିବର୍ତ୍ତିତ ରହିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୭,୧୫୦ ଟଙ୍କା ଓ ୬୨,୩୫୦ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ୫୭,୩୦୦ ଟଙ୍କା ଓ  ୬୩ ,୫୦୦ ଟଙ୍କା ରହିଛି ।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ  ୫୭,୬୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୨,୮୯୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୭,୧୫୦ ଟଙ୍କା ଓ ୬୨,୩୫୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୬,୬୦୦ ଟଙ୍କା ରହିଥିବା ନେଇ ହୋଇଛି।

Leave A Reply

Your email address will not be published.