Below header

ବନ୍ଦ ହୋଇଯିବ ଦେଶର ୧୫୦୦ ଫାଇନାନ୍ସ କମ୍ପାନୀ, ତୁରନ୍ତ ଉଠାଇ ନିଅନ୍ତୁ ଟଙ୍କା

ବନ୍ଦ ହୋଇପାରେ ଦେଶର ୧୫୦୦ ଛୋଟ ଛୋଟ ଫାଇନାନ୍ସ କମ୍ପାନୀ । କୌଣସି ବି ମୁହୂର୍ତ୍ତରେ ରଦ୍ଦ ହୋଇପାରେ ଏହି ସବୁ କମ୍ପାନୀ ଗୁଡିକର ଲାଇସେନ୍ସ । ଏହା ଏଥିପାଇଁ ଯେ ଏହି କମ୍ପାନୀଗୁଡିକୁ ଯେଉଁ ବଡ଼ କମ୍ପାନୀ ସବୁ ଲୋନ୍ ଦେଇଛନ୍ତି ସେମାନଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇପଡିଛି ।

ନିବେଶକ ସାବଧାନ୍ :

ଏହି ୧୫୦୦ଟି ନନ୍ ବ୍ଯାଙ୍କିଙ୍ଗ୍ ଫାଇନାନ୍ସ କମ୍ପାନୀ ଦେଶର ଛୋଟ ଛୋଟ ସହରରେ ଖୋଲାଯାଇଛି । ଦେଶର  ସବୁଠାରୁ ବଡ ଆର୍ଥିକ ଋଣ ଦେଉଥିବା କମ୍ପାନୀ ଇନଫ୍ରାଷ୍ଟ୍ରକଚର୍ ଫାଇନାସିଂ ଆଣ୍ଡ୍ ଲିଜିଂ ସର୍ଭିସ୍ ଲିମିଟେଡ୍ ବର୍ତ୍ତମାନ ସବୁଠାରୁ ଖିଲାପକାରୀ ହୋଇଯାଇଛି । ଏହି କଂପାନୀ ଉପରେ ଏବେ ୯୦ ହଜାର କୋଟି ଟଙ୍କାର ଋଣଭାର ରହିଛି । ଏହି କଂପାନୀରେ ଭାରତୀୟ ଜୀବନ ବୀମା ଭଳି କଂପାନୀ ମଧ୍ୟ ନିବେଶ କରିରଖିଛି । ଏବେ ଯଦି ଏହି କଂପାନୀ ବୁଡି ଯାଏ ତେବେ ଏଥି ମଧ୍ୟରୁ ୧୧୪୦୦ ଏନବିଏଫସି କଂପାନୀଙ୍କର ଲାଇସେନ୍ସ ରଦ୍ଦ ହୋଇପାରେ । ଏହି କଂପାନୀଗୁଡିକ ନିକଟରେ ଏତେ ବି ଟଙ୍କା ନାହିଁ ଯେ କଂପାନୀକୁ ଆଗକୁ ନେଇପାରିବେ ।

ବୁଡିଯିବ ୨୨. ଲକ୍ଷ କୋଟି ଟଙ୍କା

ଏହି ୧୫ ଶହ କଂପାନୀ ବଜାରରେ ପ୍ରାୟ ୨୨.୧ ଲକ୍ଷ କୋଟି କରଜ ଦେଇଛନ୍ତି । ଏବେ କରଜ ନସୁଝିବା ସ୍ଥିତି ଏବଂ ଆଇଏଲଏଣ୍ଡଏଫଏସର ଖିଲାପକାରୀ ହେବା ଯୋଗୁଁ ଏହି କଂପାନୀମାନଙ୍କର ଅବସ୍ଥା ଖରାପ ହୋଇଯାଇଛି ।

ଆରବିଆଇ କଡା କରିବ ନିୟମ

ଅନ୍ଯପଟେ ଆରବିଆଇ ଏହି କଂପାନୀମାନଙ୍କ ଉପରେ କଠୋର କାର୍ଯ୍ଯାନୁଷ୍ଠାନ ନେବାକୁ ଯାଉଛି । ଏହି କଂପାନୀମାନଙ୍କ ଉପରେ ବ୍ୟାଙ୍କ ଭଳି ନିୟମ ଲାଗୁ ହୋଇନଥାଏ । କାରଣ ବ୍ୟାଙ୍କ ତୁଳନାରେ ଏନବିଏଫସି କଂପାନୀଠାରୁ ଲୋନ ନେବା ବହୁତ ସହଜ ଥିଲା । ଆଇଏଲଏଣ୍ଡଏଫଏସ ମଧ୍ୟ ଏକ ଏନବିଏଫସି କଂପାନୀ ଯାହା ବଡ ବଡ ପ୍ରୋଜେକ୍ଟକୁ ଲୋନ ଦେଉଥିଲା । ଏହି କଂପାନୀର କ୍ରେଡିଟ ରେଟିଂ ମଧ୍ୟ ବହୁତ ଭଲ ଥିଲା । କିନ୍ତୁ ଗତ କିଛି ମାସ ଭିତରେ ଏହି କଂପାନୀର କ୍ରେଡିଟ ମଧ୍ୟ ବହୁତ ହ୍ରାସ ହୋଇଛି । ଗୋଟିଏ ସପ୍ତାହ ମଧ୍ୟରେ ଏହାର ରେଟିଙ୍ଗ୍ ଏଏ ପ୍ଲସ୍ ରୁ ହଟାଇଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.