ମହିଳା ହୋଇ ମହିଳାଙ୍କ ବିରୋଧରେ ! କାହିଁକି ସାବରିମାଲା ନିଷ୍ପତ୍ତିରେ ସହମତ ହେଲେନି ନ୍ୟାୟମୂର୍ତ୍ତି ଇନ୍ଦୁ ମଲହୋତ୍ରା

ଭକ୍ତିରେ ଭେଦଭାବ ରହିବା ଉଚିତ ନୁହଁ । ବିନା କୌଣସି ଭେଦଭାବରେ ସମସ୍ତଙ୍କୁ ମନ୍ଦିରରେ ପୂଜା କରିବାକୁ ଅନୁମତି ମିଳିବା ଆବଶ୍ୟକ। ମହିଳାଙ୍କୁ ମନ୍ଦିର ପ୍ରବେଶରେ ବାରଣ ସମ୍ବିଧାନର ଧାରା ୧୪ର ଉଲ୍ଲଂଘନ। ସବରିମାଲା ମାମଲାରେ ରାୟ ଦେଇ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଏହା ସ୍ପଷ୍ଟ କରିଛନ୍ତି। ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ସବୁ ବୟସ ବର୍ଗର ମହିଳାଙ୍କ ମନ୍ଦିର ପ୍ରବେଶ ସପକ୍ଷରେ ରାୟ ଦେଇଛନ୍ତି । ମନ୍ଦିରର ୮ଶହ ବର୍ଷର ପରମ୍ପରା ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ । ୧୦ରୁ ୫୦ ବର୍ଷ ବୟସ ବର୍ଗ ମହିଳାଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଥିଲା ।

ତେବେ ଏହି ୫ ଜଣିଆ ଖଣ୍ଡପୀଠରେ  ଯେଉଁଠି ମହିଳାଙ୍କ ଅଧିକାର ବିଷୟରେ କଥା ଚାଲିଥିଲା ସେଠି ଜଣେ ମହିଳା ଜଜ୍ ଥିଲେ ଜଷ୍ଟିସ୍ ଇନ୍ଦୁ ମଲହୋତ୍ରା । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ଯଜନକ କଥା ହେଉଛି ଜଷ୍ଟିସ୍ ଇନ୍ଦୁଙ୍କ ନିଷ୍ପତ୍ତି ବହୁମତ ବିପକ୍ଷରେ ଥିଲା । ଅର୍ଥାତ୍ ମହିଳାଙ୍କ ପ୍ରବେଶ ବିରୋଧରେ ଥିଲେ ଜଷ୍ଟିସ୍ ଇନ୍ଦୁ ମଲହୋତ୍ରା ।

କଣ କହିଲେ ଇନ୍ଦୁ ମଲହୋତ୍ରା :

saarimala୫ ଜଣିଆ ଖଣ୍ଡପୀଠରେ ଜଣେ ମାତ୍ର ନ୍ଯାୟଧୀଶ ଜଷ୍ଟିସ୍ ଇନ୍ଦୁଙ୍କ ଫଇସଲା ଅନ୍ଯ ଜଜଙ୍କ ବିପରୀତ ଥିଲା । ଜଷ୍ଟିସ୍ ଇନ୍ଦୁ କହିଥିଲେ ଦେଶରେ ଧାର୍ମିକ ଆସ୍ଥା ସହ ଜଡିତ ବିଷୟରେ ହସ୍ତକ୍ଷେପ କରିବା ଅନୁଚିତ୍ । ଜଷ୍ଟିସ୍ ଇନ୍ଦୁଙ୍କ କହିବାର ଥିଲା କେଉଁ ଧାର୍ମିକ ପରମ୍ପରାକୁ ବନ୍ଦ କରିବା ଏବଂ ଅନୁଚିତ୍ ତାହା ଅଦାଲତର କାମ ନୁହେଁ । ଏହା ସହ କହିଥିଲେ ଭଗବାନ୍ ଆୟାପ୍ପାଙ୍କ ଶ୍ରଦ୍ଧାଳୁଙ୍କ ପୂଜା କରିବା ଅଧିକାର ସହ ସାମ୍ନାସାମ୍ନି ହେଉଛି ସମାନତାର ଅଧିକାର । ଏହି ମାମଲାରେ ପ୍ରସଙ୍ଗ କେବଳ ସାବରିମାଲା ପର୍ଯ୍ଯନ୍ତ ସୀମିତ ନାହିଁ । ଏହାର ପ୍ରଭାବ ଅନ୍ଯ ଧାର୍ମିକ ସ୍ଥଳ ଉପରେ ପଡିପାରେ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.