ଏଥର ହୋଲିରେ ମିଳିବ ୨ ମାଗଣା ଗ୍ୟାସ୍‌ ସିଲିଣ୍ଡର, ଏହି ରାଜ୍ୟର ସରକାର କଲେ ଘୋଷଣା; ଲାଭ ଉଠାଇବେ ୧.୬୫ କୋଟି ଜନତା

ସାଧାରଣ ଲୋକଙ୍କ ପାଇଁ ଖୁସି ଖବର। ଯଦି ଆପଣ ବି ସାରା ଦେଶରେ ଗ୍ୟାସ୍‌ ଦର ବୃଦ୍ଧିକୁ ନେଇ ଚିନ୍ତିତ ଅଛନ୍ତି, ତା’ ହେଲେ ଏବେ ଆପଣଙ୍କୁ ବିଲ୍‌କୁଲ ବି ଚିନ୍ତା କରିବାର ଆବଶ୍ୟକ ନାହିଁ। ଏଥର ହୋଲିରେ ସରକାର ଆପଣଙ୍କୁ ୨ଟି ଗ୍ୟାସ୍‌ ସିଲିଣ୍ଡର ମାଗଣାରେ ଦେବାକୁ ଯୋଜନା କରୁଛନ୍ତି। ଆସନ୍ତୁ ଜାଣିବା, କେଉଁ ଲୋକମାନଙ୍କୁ ଏହି ସୁବିଧା ମିଳିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକାରୀ ହେଉଛି, ଯାହା ଅଧୀନରେ ସରକାର ମାଗଣା ଗ୍ୟାସ୍‌ ସିଲିଣ୍ଡର ଏବଂ ଏହା ଉପରେ ସବ୍‌ସିଡି ସୁବିଧା ମଧ୍ୟ ଦେଉଛନ୍ତି।

କହି ରଖୁଛୁ, ଉତ୍ତର ପ୍ରଦେଶରେ ରହୁଥିବା ପ୍ରତ୍ୟେକ ଲୋକଙ୍କୁ ଏହି ଉପହାର ସେଠାକାର ରାଜ୍ୟ ସରକାରଙ୍କ ତରଫରୁ ମିଳିବ। ୟୁପିର ଖାଦ୍ୟ ଏବଂ ଯୋଗାଣ ବିଭାଗ ମାଗଣା ସିଲିଣ୍ଡର ଦେବାର ପ୍ରସ୍ତାବ ବିତ୍ତ ବିଭାଗକୁ ପଠାଇଛି। ଏହା ଉପରେ ସରକାରଙ୍କ ତରଫରୁ ବଜେଟ୍‌ ମିଳିବା ପରେ ହିଁ ମାଗଣା ଗ୍ୟାସ୍‌ ସିଲିଣ୍ଡର ବାଣ୍ଟିବା କାର୍ଯ୍ୟ ଆରମ୍ଭ କରାଯିବ।

ୟୁପିର ଯୋଗୀ ସରକାର ନିର୍ବାଚନ ସମୟରେ କରିଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ମିଳିଥିବା ସୂତ୍ରରୁ ଜଣାପଡ଼ିଛି ଯେ ଉଜ୍ଜ୍ୱଳା ଯୋଜନା ଅଧୀନରେ ଏଥର ହୋଲିରେ ଆପଣଙ୍କୁ ପ୍ରଥମ ମାଗଣା ସିଲିଣ୍ଡର ଦିଆଯିବ ଏବଂ ଦ୍ୱିତୀୟ ମାଗଣା ସିଲିଣ୍ଡର ଆପଣଙ୍କୁ ଦୀପାବଳିରେ ମିଳିବ।

ରାଜ୍ୟ ସରକାରଙ୍କ ତରଫରୁ ଏହି ମାଗଣା ଗ୍ୟାସ୍‌ ସିଲିଣ୍ଡରର ଫାଇଦା ପାଖାପାଖି ୧.୬୫ କୋଟି ଲାଭାର୍ଥୀଙ୍କୁ ମିଳିବ। କହି ରଖୁଛୁ କି, ମାଗଣା ସିଲିଣ୍ଡର ପାଇଁ ସରକାରଙ୍କ ଉପରେ ପାଖାପାଖି ୩୦୦୦ କୋଟି ଟଙ୍କାର ବିତ୍ତୀୟ ଭାର ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.