ବି ଟେକ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, BEL ରେ ଖାଲିପଡିଛି ୨୪୭ ପ୍ରୋଜେକ୍ଟ/ ଟ୍ରେନି ଇଂଜିନିୟର ପଦବୀ

ବିଟେକ୍‌ କରି ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌ ପକ୍ଷରୁ ପ୍ରୋଜେକ୍ଟ ଇଂଜିନିୟର ୨୪୭ ପଦବୀ ଖାଲିପଡିଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏହି ପଦବୀରେ ଭର୍ତ୍ତି ପାଇଁ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ bel indiaର ଅଫିସିଆଲ ୱେବସାଇଟ ଚେକ୍‌ କରିପାରିବେ।

ଜାରି ହୋଇଥିବା ନୋଟିଫିକେସନ ମୁତାବକ, ପ୍ରୋଜେକ୍ଟ ଇଂଜିନିୟର, ଟ୍ରେନି ଇଂଜିନିୟର, ଟ୍ରେନି ଅଫିସର ପଦବୀ ପାଇଁ ଅଭ୍ୟାର୍ଥୀ ଆବେଦନ କରିପାରିବେ। ଚୟନ ହେବା ପ୍ରାର୍ଥୀଙ୍କ ନିଯୁକ୍ତିBEL ୟୁନିଟରେ ହେବ।

ଜରୁରୀ ତାରିଖ: ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ ଆବେଦନ କରିବାର ତାରିଖ ୨୭ ଜାନୁଆରୀ ୨୦୨୨ରୁ ଆରମ୍ଭ ହୋଇଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୪ ଫେବୃଆରୀ ୨୦୨୨ ରହିଛି।

ପଦବୀ ବିବରଣୀ: ୨୭୪

ପ୍ରୋଜେକ୍ଟ ଇଂଜିନିୟର: ୬୭

ଟ୍ରେନି ଇଂଜିନିୟର: ୧୬୯

ଟ୍ରେନି ଫାଇନାନ୍ସ ଅଫିସର: ୧୧

ଆବେଦନ ଶୁଳ୍କ: ଅଲଗା ଅଲଗା ପଦବୀ ପାଇଁ ଆବେଦନ ଶୁଳ୍କ ଅଲଗା ଅଲଗା ରହିଛି। ତେଣୁ ଆବେଦନ କରିବା ପୂର୍ବରୁ ନୋଟିଫିକେସନ ଚେକ୍‌ କରିଦିଅନ୍ତୁ।

ଶିକ୍ଷାଗତ ଯୋଗ୍ୟତା: ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ମେରିଟ ଲିଷ୍ଟ ଏବଂ ଅଭିଜ୍ଞତା ଆଧାରରେ କରାଯିବ। ତା’ ପରେ ଇଣ୍ଟରଭ୍ୟୁ ପାଇଁ ଡକାଯିବ। ଏହା ପରେ ନିଯୁକ୍ତି ମିଳିବ।

କେମିତି କରିବେ ଆବେଦନ: ପ୍ରଥମେ ଅଫିସିଆଲ ୱେବସାଇଟ ପେଜକୁ ଯାଆନ୍ତୁ।

ଏହା ପରେ ଆପ୍ଲାଏ ଲିଙ୍କ ଉପରେ କ୍ଲିକ କରନ୍ତୁ।

ବ୍ୟକ୍ତିଗତ ବିବରଣୀ ଭରିବା ପରେ ଫର୍ମ ସବମିଟ୍‌ କରନ୍ତୁ।

ଆବେଦନ ଶୁଳ୍କ ଭରିବା ପରେ ସବମିଟ୍‌ କରନ୍ତୁ।

ଏହା ପରେ ଫର୍ମର ଏକ କପି ଡାଉନଲୋଡ କରି ପାଖରେ ରଖନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://jobapply.in/BEL2022TETOPE/

https://www.bel-india.in/Documentviews.aspx?fileName=PE-TE-Officer-Finance-BG-Cx-ENGLISH-21-01-2022.pdf

You might also like