ଅମୁଲ ପରେ ଏବେ ମଦର ଡାୟରୀରେ ବଢ଼ିଲା କ୍ଷୀର ଦାମ୍, ୨ ଟଙ୍କା ପ୍ରତି ଲିଟର ହେଲା ମହଙ୍ଗା

ଅମୁଲ ପରେ ଏବେ ମଦର ଡାୟରୀ ମଧ୍ୟ କ୍ଷୀରର ଦାମ ଉପରେ ପ୍ରତି ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି କରିଥିବା ଘୋଷଣା କରିଛନ୍ତି। ଏହି ବୃଦ୍ଧି ୫୦୦ ଲିଟର ପ୍ୟାକେଟ ଉପରେ ଲାଗୁ କରାଯାଇଛି। କାରଣ ମଦର ଡାୟରୀ ତାର ସବୁ ପ୍ୟାକେଟ ଉପରେ ୧ ଟଙ୍କା ଲେଖାଏଁ ବୃଦ୍ଧି କରିଛି। ବଢ଼ିଥିବା ଦାମ କେବଳ ପ୍ୟାକେଟ କ୍ଷୀର ଉପରେ ଲାଗୁ କରାଯିବ।ଏହା ୨୫ ମେ ଠାରୁ ଲାଗୁ ହେବ।

ରୋଷେଇ ଘରେ ଏହାର ପଡିବ ପ୍ରଭାବ 

କ୍ଷୀରର ଦର ବଢ଼ିବା କାରଣରୁ ଆପଣଙ୍କ ରୋଷେଇ ଘରେ ଏହାର ପ୍ରଭାବ ପଡିବ। ପରିବା ଠାରୁ ଆରମ୍ଭ କରି କ୍ଷୀର ପର‌୍ୟ୍ୟନ୍ତ ସବୁ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ।

ନୂଆ ସରକାରଙ୍କୁ ହେବ ସମସ୍ୟା

ଦରଦାମ ବୃଦ୍ଧି ଯୋଗୁଁ ଏହାକୁ କାବୁରେ ରଖିବା ପାଇଁ ନୂଆ ସରକାରଙ୍କୁ କଠିନ ହେବ। ଉତ୍ତର ଭାରତରେ ଗରମର ପ୍ରକୋପ ଅଧିକ ରହିଛି। ବହୁତ କିଛି ବସ୍ତୁରେ ପୂର୍ବ ବର୍ଷର ତୁଳନା ଠାରୁ ଅଧିକ ବୃଦ୍ଧି ଦେଖାଯିବ।

ଗରମ ପାଇଁ କ୍ଷୀରର ଉତ୍ପାଦ କମ୍ ହେବା କାରଣରୁ କ୍ଷୀରର ସପ୍ଲାଏ ବହୁତ କମ୍ ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.