Below header

ସୁରତର ତକ୍ଷଶିଳା କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ, କିଛି କ୍ଷଣ ମଧ୍ୟରେ ଲିଭିଗଲା ୧୯ରୁ ଅଧିକ ଜୀବନ ଦୀପ

ଗୁଜରାଟ : ନିଆଁ ନେଲା ୧୯ରୁ ଅଧିକ ଜୀବନ । କିଛି କ୍ଷଣ ମଧ୍ୟରେ ଲିଭିଗଲା ଜୀବନ ଦୀପ । ଗୁଜରାଟ ସୁରତରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ଅଛନ୍ତି । ଅପରାହ୍ନ ୫ଟା ବେଳେ ସୁରତ୍‌ର ତକ୍ଷଶିଳା କମ୍ପ୍ଲେକ୍ସରେ ନିଆଁ ଲାଗିଥିଲା । କିଛି ସମୟ ଭିତରେ ଏହା ଭୟଙ୍କର ରୂପ ଧାରଣ କରିଥିଲା । ଚତୁର୍ଥ ମହଲାରେ କୋଚିଂ ଇନଷ୍ଟିଚ୍ୟୁଟ୍‌କୁ ବ୍ୟାପିଯାଇଥିଲା । ଭୟଭୀତ ଅବସ୍ଥାରେ ଛାତ୍ର ଛାତ୍ରୀ ମାନେ ବିଲ୍ଡିଂରୁ ତଳରୁ ଡେଇଁବାରେ ଲାଗି ଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସେତେବେଳେ ୧୯ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ସେପଟେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ସହ ମୃତକଙ୍କ ପରିବାରଙ୍କୁ ଚାରି ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଘୋଷଣା କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.