AirAsiaର ସ୍ୱତନ୍ତ୍ର ‘ଭାଲେଣ୍ଟାଇନ୍‌ ସେଲ୍‌’, ତୁରନ୍ତ କିଣନ୍ତୁ ଟିକେଟ୍‌, ଆଜି ହିଁ ଶେଷ ମଉକା

ଇଣ୍ଡିଗୋ ପରେ ଏବେ ଏୟାର ଏସିଆ ଯାତ୍ରୀମାନଙ୍କ ପାଇଁ ଏକ ଖାସ୍‌ ଅଫର୍‌ ଆଣିଛି। ଏହି ଅଫର୍‌ରେ ଆପଣ ବୁଲିବା ପାଇଁ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। କମ୍‌ ଦାମ୍‌ରେ ଅନେକ ସହର ବୁଲିପାରିବେ। କମ୍ପାନୀ ୪ ଦିନର ସ୍ୱତନ୍ତ୍ର ‘ଭାଲେଣ୍ଟାଇନ୍‌ ସେଲ୍‌’ ଘୋଷଣା କରିଥିଲା, ଯେଉଁଥିରେ ଯାତ୍ରୀମାନେ କେବଳ ୧,୦୧୪ ଟଙ୍କାରେ ଟିକେଟ୍‌ କିଣିପାରିବେ।

a2

ତେବେ ଏହି ସେଲ୍‌ରେ ମୋଟ ୧,୪୦,୦୦୦ ସିଟ୍‌ ପାଇଁ ଟିକେଟ୍‌ ବିକ୍ରି ଚାଲିଛି। ଯାତ୍ରୀମାନେ ଆଜି ଦିନ ଭିତରେ ହିଁ ଟିକେଟ୍‌ ବୁକିଂ କରିପାରିବେ। କିଣାଯାଇଥିବା ଟିକେଟ୍‌ରେ ଆପଣ ୩୦ ସେପ୍ଟେମ୍ବର ୨୦୨୦ ପଯ୍ୟର୍ନ୍ତ ଯାତ୍ରା କରିପାରିବେ। ଏଠି ଯାତ୍ରୀମାନଙ୍କ ଡିପାର୍ଚରର ୧୫ ଦିନ ପୂର୍ବରୁ ଟିକେଟ୍‌ ବୁକ୍‌ କରିବାକୁ ହେବ।