Air Indiaରେ ରହିଛି ଚାକିରିର ମଉକା, ଦ୍ବାଦଶ ପାସଙ୍କୁ ମିଳିବ ଦରମା ୯୫,୦୦୦ ରୁ ୧,୨୮,୦୦୦ ଟଙ୍କା

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସ୍ ଲିମିଟେଡ୍ ଏବେ ୭୦ଟି ପଦ ପାଇଁ ଆବେଦନ ନୋଟିଫିକେସନ୍ ବାହାର କରିଛି। ଏଥିରେ ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ଇଞ୍ଜିନିୟରିଂ ପଦ ପାଇଁ ଆବେଦନ ଆରମ୍ଭ କରାଯାଇଛି। ଏହି ପଦକୁ ଷ୍ଟେସନ ହିସାବରେ ବାହାର କରାଯାଇଛି।
-ତିରୁବନ୍ତପୁରମ (MRO) ଏବଂ ମାଗପୁର(MRO) ଷ୍ଟେସନ ପାଇଁ ରହିଛି ଆବେଦନ।
କିପରି କରିବେ ଆବେଦନ :
-ଏଥିପାଇଁ ଆପଣଙ୍କୁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ସିଧାସଳଖ ୱାକଇନ୍ ଇଣ୍ଟରଭ୍ୟୁରେ ଏହି ପଦ ପାଇଁ ଚୟନ କରାଯିବ।
-ପ୍ରଥମେ ଏୟାର ଇଣ୍ଡିଆର ଅଫିସିଆଲ ୱେବସାଇଟରେ ଥିବା ଆବେଦନ ଫର୍ମକୁ ଭର୍ତ୍ତି କରି ସେଥିରେ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିବେ। ଏଥିରେ ନିଜର ସମସ୍ତ ଡ଼କ୍ୟୁମେଣ୍ଟକୁ ସେଲଫ୍ ଆଟାଚ୍ କରି ତଳେ ଦିଆଯାଇଥିବା ଠିକଣାରେ ପଠାଇବାକୁ ପଡ଼ିବ।
“ଚିଫ୍ ମେଣ୍ଟେନାନ୍ସ ମ୍ଯାନେଜର, ଏୟାର ଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସ୍ ଲିମିଟେଡ୍, MRO ହଙ୍ଗର ଚକ୍କାଇ , ତିରୁବନ୍ତପୁରମ୍ ୬୯୫୦୦୭ “ “ Application for the post of Aircraft Maintenance Engineer-ଆପଣଙ୍କ ନାମ” ।
-ଏହାପରେ ଆପଣଙ୍କୁ ଫୋନ ଆସିବା ସହ ଇଣ୍ଟରଭ୍ୟୁ ତାରିଖ କୁହାଯିବ ଯାହା ପରେ ତଳେ ଦିଆଯାଇଥିବା ଠିକଣାରେ ଇଣ୍ଟରଭ୍ୟୁ ଦେବାପାଇଁ ଆବେଦନକାରୀଙ୍କୁ ଯିବାକୁ ପଡ଼ିବ।
-ପଦର ଆବେଦନ ପାଇଁ ୧୦୦୦ ଟଙ୍କାର ଏକ ଡିମାଣ୍ଡ ଡ୍ରାଫ୍ଟ କରିବାକୁ ପଡ଼ିବ।
ଦରମା :
ଚୟନ ହୋଇଥିବା ପ୍ରାର୍ଥିଙ୍କ ଦରମା ୯୫,୦୦୦ ରୁ ୧,୨୮,୦୦୦ ଟଙ୍କା ରହିବ।
ତେବେ ଏହି ଆବେଦନ ସମ୍ବନ୍ଧୀୟ ଅଧିକ ବିବରଣୀ ଆପଣ ଏୟାର ଇଣ୍ଡିଆର ଅଫିସିଆଲ ୱେବସାଇଟ https://airindia.in/itd/itd/Home ରୁ ପାଇପାରିବେ।