୧୫୦ ଟଙ୍କା ଚୋରି ହେବାରୁ ଗାଳିଦେଲେ ବାପା, ଏଥିରେ ରାଗିଯାଇ ପୁଅ. . .

ନୂଆଦିଲ୍ଲୀ : ପୂର୍ବ ଦିଲ୍ଲୀର ଅଶୋକ ନଗର ଅଞ୍ଚଳର ଜଣେ କିଶୋର ଉପରେ ନିଜ ବାପାଙ୍କୁ ହତ୍ୟା କରିବାର ଆରୋପ ଲଗାଯାଇଛି। ୧୫୦ ଟଙ୍କା ଚୋରାଇବାର ଆରୋପରେ କ୍ରୋଧିତ ଥିବା ୧୭ ବର୍ଷର ପୁଅ ନିଜ ବାପାକୁ ଛୁରୀ ଭୁଷି ହତ୍ୟା କରିଛି। ପୋଲିସ ହତ୍ୟାକାରୀକୁ ଗିରଫ କରିବା ସହିତ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।
ସୂଚନା ଅନୁଯାୟୀ ଘଟଣା ଦିନ ବାପାଙ୍କୁ ୧୫୦ ଟଙ୍କା ଚୋରି ହେବାର ସନ୍ଦେହ ନିଜ ପୁଅ ଉପରେ ଥିଲା। କିନ୍ତୁ ଏହି ଚୋରିକୁ ପୁଅ ମାନି ନଥିବାରୁ ବାପା-ପୁଅଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥିଲା। ଯୁକ୍ତି ତର୍କରେ ବାପା ମା‘ ପୁଅକୁ ଗାଳି ଦେବା ଆରମ୍ଭ କରିଥିଲେ, ଏଥିରେ ଉତକ୍ଷିପ୍ତ ହୋଇ ପରିବା କଟା ଛୁରୀରେ ପୁଅ ତାର ବାପାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଆକ୍ରମଣରେ ଗୁରୁତର ୪୨ ବର୍ଷର ବ୍ୟକ୍ତିଙ୍କୁ ଲାଲ ବାହାଦୂର ଶାସ୍ତ୍ରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତର ତାଙ୍କୁ ମ୍ରୁତ ଘୋଷିତ କରିଥିଲେ। ପୋଲିସ ହତ୍ୟାକାରୀ ପୁଅକୁ ଡାକ୍ତରଖାନାରୁ ହିଁ ଗିରଫ କରିଥିଲେ।
ପୋଲିସ କହିବାନୁଯାୟୀ ହତ୍ୟାକାରୀ ଯୁବକକୁ ପୋଲିସ ପଚରାଉଚୁରା କରୁଛି । ପ୍ରଥମେ ସେ ପୋଲିସକୁ ଭୂଆଁ ବୁଲାଇବା ପାଇଁ ଚେଷ୍ଟା କରିଥିଲା କିନ୍ତୁ ପରେ ନିଜ ଦୋଷ ମାନିଥିଲା। ପରିବାର ସଦସ୍ୟଙ୍କ ଅନୁଯାୟୀ ସେ ନାବାଳକ ଅଟେ। ପୋଲିସ ତାକୁ ଜୁବେନାଇଲ ଜଷ୍ଟିସ ବୋର୍ଡ ଆଗରେ ଉପସ୍ଥିତ କରି ବାଳ ସୁଧାର ଗ୍ରୁହକୁ ପଡାଇଦେଇଛି। ପୋଲିସ ତାର ସ୍କୁଲ ପ୍ରମାଣ ପତ୍ର ଏବଂ ଅନ୍ୟାନ୍ୟ କାଗଜପତ୍ର ମଗାଉଛି।
କିଶୋର ପୋଲିସ ଆଗରେ କହିଲା ଯେ ବାପା ମୋ ମା’କୁ ଅପମାନ କଲେ ଏବଂ ମାଡ ମଧ୍ୟ ମାରିଲେ। ଯେଉଁ କାରଣରୁ ମୋତେ ରାଗ ଆସିଲା ଏବଂ ମୁଁ ଛୁରିରେ ମୋ ବାପାକୁ ହତ୍ୟା କରିଦେଲି। ସମ୍ପର୍କୀୟଙ୍କ କହିବାନୁସାରେ ସବୁବେଳେ ବାପା-ପୁଅଙ୍କ ମଧ୍ୟରେ ଝଗଡା ଲାଗିରହିଥାଏ।