ମହଙ୍ଗା ହେବ ବିମାନ ଯାତ୍ରା ! ରେକର୍ଡ ସ୍ତରରେ ପହଞ୍ଚିଲା ATF ମୂଲ୍ୟ

ନୂଆଦିଲ୍ଲୀ : ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଝଟକା। କାରଣ ମହଙ୍ଗା ହୋଇପାରେ ବିମାନ ଯାତ୍ରା। ଏଟିଏଫ(Aviation Turbine Fuel) ଇନ୍ଧନର ମୂଲ୍ୟ ବୃଦ୍ଧି ପାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ବାୟୁ ଇନ୍ଧନର ମୂଲ୍ୟ (ATF ମୂଲ୍ୟ) କୁ ପାଞ୍ଚ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ପରେ ବିମାନ ଇନ୍ଧନର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ୨୦୨୨ ମସିହାରେ, ବିମାନ ଇନ୍ଧନର ମୂଲ୍ୟ ଦଶମ ଥର ପାଇଁ ବୃଦ୍ଧି ପାଇଛି।

ସୂଚନା ଅନୁଯାୟୀ ବିଶ୍ୱ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ବିମାନ ଇନ୍ଧନକୁ ମଧ୍ୟ ପ୍ରଭାବିତ କରିଛି। ସରକାରୀ ତୈଳ କମ୍ପାନୀ ଗୁଡିକ ରାଷ୍ଟ୍ରାୟ ରାଜଧାନୀରେ ଏଟିଏଫ୍ ମୂଲ୍ୟକୁ ୫ ପ୍ରତିଶତ ବୃଦ୍ଧି କରିଛନ୍ତି। ଦେଶର ରାଜଧାନୀରେ ଏଟିଏଫ୍ ମୂଲ୍ୟ କିଲୋ ଲିଟର ପିଛା ୧୨୩,୦୩୮.୭୧ ଟଙ୍କା (ଲିଟରରେ ୧୨୩ ଟଙ୍କା) ରେ ପହଞ୍ଚିଛି।

ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ୧ ଏବଂ ୧୬ ରେ ବିମାନ ଇନ୍ଧନର ମୂଲ୍ୟ ସମୀକ୍ଷା କରନ୍ତି। ଚଳିତ ବର୍ଷ ଜାନୁୟାରୀ ୧ ଠାରୁ ବାୟୁ ଇନ୍ଧନ ପ୍ରାୟ ୬୨ ପ୍ରତିଶତ ବ୍ୟୟବହୁଳ ହୋଇଛି। ସେହିପରି ମୁମ୍ବାଇରେ ATF ର ମୂଲ୍ୟ ବର୍ତ୍ତମାନ କିଲୋମିଟର ପିଛା ୧୨୧,୮୪୭.୧୧ ଟଙ୍କାକୁ ବୃଦ୍ଧି ପାଇଛି। କୋଲକାତାରେ ଏହା ୧୨୭,୮୫୪.୬୦ ଟଙ୍କା ଏବଂ ଚେନ୍ନାଇରେ କିଲୋମିଟର ପିଛା ୧୨୭,୨୮୬ ଟଙ୍କା ହୋଇଛି।

ତୈଳ ଦର ମହଙ୍ଗା ହେତୁ ଗତ ଚାରି ମାସ ମଧ୍ୟରେ ବାୟୁ ଇନ୍ଧନର ମୂଲ୍ୟରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି । ଦେଶର ବିମାନ ଚଳାଚଳ ଶିଳ୍ପକୁ ଏହାର ଭାର ବହନ କରିବାକୁ ପଡିପାରେ। ମହଙ୍ଗା ଏୟାର ଇନ୍ଧନ ହେତୁ ବିମାନ ସେବାଗୁଡିକ ଭଡା ବୃଦ୍ଧି କରୁଛନ୍ତି, ଯାହା ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ଉପରେ ପ୍ରଭାବ ପକାଉଛି। ରେଟିଂ ଏଜେନ୍ସି ICRA ଏହାର ରିପୋର୍ଟରେ କହିଛି ଯେ ଏଟିଏଫ୍ ମୂଲ୍ୟ ବୃଦ୍ଧି ଦେଶର ବିମାନ ଚଳାଚଳ ଶିଳ୍ପର ପୁନରୁଦ୍ଧାର ଉପରେ ପ୍ରଭାବ ପକାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.