ସମସ୍ଯା ଘେରରେ ରେଢାଖୋଲ କନ୍ଧରା ସ୍ଥିତ ସନ୍ଥ କବିଙ୍କ ସ୍ମୃତିପୀଠ, ହରାଇବାକୁ ବସିଲାଣି ନିଜର ଅସ୍ତିତ୍ବ

ରେଢାଖୋଲ(କେନ୍ୟୁଜ୍‌): ଗତକାଲି ଗଲା ସନ୍ଥକବୀ ଭୀମ ଭୋଇଙ୍କ ଜନ୍ମ ଜୟନ୍ତୀ। ସାରା ବିଶ୍ଵରେ ମହିମାଧର୍ମର ସ୍ରଷ୍ଟା ସନ୍ଥକବି ଭୀମ ଭୋଇଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ତେବେ ଆଜିବି ଅବହେଳିତ ଓ ସମସ୍ଯା ଘେରରେ ପଡିରହିଛି ରେଢାଖୋଲ କନ୍ଧରା ସ୍ଥିତ ସନ୍ଥ କବିଙ୍କ ସ୍ମୃତିପୀଠ। ସରକାରୀ ଫଳକରେ କେବଳ ପର୍ଯ୍ଯଟନର ମାନ୍ଯତା ଶୋଭା ମଣ୍ଡନ କରୁଥିବାବେଳେ କିନ୍ତୁ ଏଠିକାର ବାସ୍ତବିକ ଚିତ୍ର ପୁରା ଓଲଟା । ଯେଉଁଥି ପାଇଁ ପର୍ଯ୍ଯଟକଙ୍କୁ ଆକ୍ରୁଷ୍ଟ ହରାଇବାକୁ ବସିଲାଣି ସ୍ମୃତିପୀଠ ।

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ.. ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ଆଜିବି ସାରା ବିଶ୍ଵରେ ଗୁଞ୍ଜରିତ ହେଉଥିବା ଏହି ମହାନ ବାଣୀର ସ୍ରଷ୍ଟା ସନ୍ଥକବି ଭୀମ ଭୋଇ। ବାଲ୍ଯ ସମୟରେ ଗାଇ ଚୋରାଇବାବେଳେ ଦ୍ରୁଷ୍ଟିହୀନ ଭୀମଭୋଇ ଏକ ଖୋଲା କୂଅରେ ପଡିଯାଇଥିଲେ । ଗାଁ ଲୋକ ଉଦ୍ଧାର ପାଇଁ ଆସିବା ବେଳକୁ ନିଜର ଦିବ୍ଯଦ୍ରୁଷ୍ଟିରେ ସେ ଆପେ ଆପେ କୂଅରୁ ଉଠିଆସିଥିଲେ । ସେଦିନରୁ ସନ୍ଥକବି ଭୀମଭୋଇ ସ୍ରୁତି ପୀଠ ଭାବେ ରେଢାଖୋଲର କନ୍ଧରା ଗ୍ରାମ ଆଜି ସ୍ମୃତିପୀଠର ପରିଚୟ ପାଉଛି । ସନ୍ଥଙ୍କ ଏଭଳି ଏକ ଦର୍ଶନୀୟ ସ୍ଥାନକୁ ୨୦୦୩ ମସିହାରେ ସରକାର ପର୍ଯ୍ଯଟନ ସ୍ଥଳୀର ମାନ୍ଯତା ଦେଇଥିବାବେଳେ କେବଳ ଫଳକରେ ସୀମିତ ରହିଯାଇଛି । ସମସ୍ଯା ଘେରରେ ରହିଛି ଏହି ସ୍ଥାନ। ସରକାରଙ୍କ କୌଣସି ନଜର ନପଡିବା ଦୁଃଖର କଥା ବୋଲି ସାଧୂସନ୍ଥ କହିଛନ୍ତି ।

ରେଢ଼ାଖୋଲ-ବୌଦ୍ଧ ରାସ୍ତାର କନ୍ଧରା ଠାରେ ରହିଛି ଏହି ସ୍ମୃତି ପୀଠ । ପର୍ଯ୍ଯଟନର ମାନ୍ଯତା କେବଳ କାଗଜପତ୍ରରେ ହୋଇଥିବା ବେଳେ ଏପର୍ଯ୍ଯନ୍ତ ୧୦ଲକ୍ଷ ଟଙ୍କାରେ ସ୍ରୁତିପୀଠର କୂପ ଏବଂ ପାରିପାର୍ଶିକ ସୌନ୍ଦର୍ଯ୍ଯକରଣ କାର୍ଯ୍ଯ କରାଯାଇଥିଲା । ଯାହା ଏବେ ରକ୍ଷଣ ବେକ୍ଷଣ ଅଭାବରୁ ନଷ୍ଟ ହେଲାଣି । ସାଧୁସନ୍ଥ,ପର୍ଯ୍ଯଟକମାନଙ୍କ ରହିବାପାଇଁ କୌଣସି ବ୍ଯବସ୍ଥା ନାହିଁ । ପିଇବାପାଣି,ଭୋଜନ ମଣ୍ଡପ,ପାଚେରୀ ,ରାସ୍ଥା,ବ୍ଯବସ୍ଥା ନାହିଁ ଏପରିକି ସନ୍ଥଙ୍କ ର ଏକ ପ୍ରତିମୂର୍ତ୍ତୀ ଏପର୍ଯ୍ଯନ୍ତ ହୋଇପାରିନି । ଶିଶୁଉଦ୍ୟାନ ତିଆରି ହେବାର ଦୁଇବର୍ଷ ନପୁରୁଣୁ ଘାସ ଉଠି ଜଙ୍ଗଲ ପାଲଟିଲାଣି । ଲାଇଟ ସବୁନଷ୍ଟ ହୋଇ ପଡିଛି । ସବୁଠୁ ବଡ କଥା ଭୀମଭୋଇଙ୍କ ନୀତିବାଣୀ,ଆଦିଗ୍ରନ୍ଥ, ପର୍ଯ୍ଯଟକଙ୍କୁ ସୂଚନା ପାଇଁ କିଛିବି ବ୍ଯବସ୍ଥା କରାଯାଇ ନାହିଁ ବୋଲି ପର୍ଯ୍ଯଟକ ଅଭିଯୋଗ କରିଛନ୍ତି । ବିଭିନ୍ନ ସମସ୍ଯା ସହ କାମ ସବୁ ଅଧାରେ ପଡିରହିବା ଓ ବିଭାଗର ଦୃଷ୍ଟି ନପଡିବା ର୍ଦୁଭାଗ୍ଯ ବୋଲି ସାଧୁସନ୍ଥ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.