Airtel ଲଞ୍ଚ କରିଛି ଏହି ସବୁ ଶାନଦାର ପ୍ଲାନ, ୩୦୦ ଟଙ୍କାରୁ ବି କମ ରହିଛି ଦର

ଯଦି ଆପଣ ଏୟାର ଟେଲ ଗ୍ରାହକ ଓ ଆପଣ ନିଜ ପାଇଁ ଉଚିତ ରିଚାର୍ଜ ପ୍ଲାନ ଚୟନ କରି ପାରୁନାହାନ୍ତି । ତେବେ ଆପଣଙ୍କ ପାଇଁ କମ୍ପାନୀ କିଛି ଖାସ ପ୍ରି -ପେଡ଼ ପ୍ଲାନ ଲଞ୍ଚ କରିଛି । ଯାହାର ଦର ୩୦୦ ଟଙ୍କାରୁ ବି କାମ ରହିଛି । ଖାସ କଥା ଏହିକି ଯେ, ଆପଣଙ୍କୁ ଏହି ରିଚାର୍ଜ ପ୍ଲାନରେ ପ୍ରିମିୟମ ଆପ ସବସ୍କ୍ରିପସନ ଠାରୁ ଆରମ୍ଭ କରି ଜୀବନ ବୀମା ପର‌୍ୟ୍ୟନ୍ତ ସୁବିଧା ମିଳିପାରିବ । ତେବେ ଆସନ୍ତୁ ଏହି ପ୍ଲାନ ବିଷୟରେ ଜାଣିରଖନ୍ତୁ ।

ଏୟାରଟେଲର ୨୧୯ ଟଙ୍କିଆ ପ୍ଲାନ:

ଏହି ପ୍ଲାନ ୨୮ ଦିନ ପର୍ଯ୍ୟନ୍ତ ୧ ଜିବି ପର୍ଯ୍ୟନ୍ତ ଡାଟା ସୁବିଧା ମିଳିପାରିବ । ଏହା ବାଦ ଏହି ପ୍ଲାନରେ କୌଣସି ନେଟୱର୍କକୁ ଅନଲିମିଟେଡ଼ କଳିଙ୍ଗ କରିପାରିବେ । ଏହି ପ୍ଲାନ ସେହି ମାନଙ୍କ ପାଇଁ ଉପଯୁକ୍ତ ଯେଉଁମାନେ ଅଧିକ ଡାଟା ସୁବିଧା ସହ କଲିଙ୍ଗର ସୁବିଧା କରିପାରନ୍ତି ।

air tel

ଏୟାରଟେଲର ୨୪୯ ଟଙ୍କିଆ ପ୍ଲାନ:

ଏହି ପ୍ଲାନ ଜରିଆରେ ଗ୍ରାହକଙ୍କୁ ୨୮ ଦିନ ପର୍ଯ୍ୟନ୍ତ ୧.୫ ଯିବି ପର୍ଯ୍ୟନ୍ତ ଡାଟା ସୁବିଧା ମିଳିପାରିବ । ଏହା ବାଦ କୌଣସି ବି ନେଟୱର୍କକୁ ଅନଲିମିଟେଡ଼ କଲିଙ୍ଗ ସୁବିଧା ମିଳିପାରିବ ।

ଏୟାରଟେଲର ୨୭୯ ଟଙ୍କିଆ ପ୍ଲାନ:

୨୭୯ ଟଙ୍କିଆ ପ୍ଲାନରେ ୨୮ ଦିନ ପର୍ଯ୍ୟନ୍ତର ବୈଧତା ମିଳିବ । ୧.୫ ଯିବି ପର୍ଯ୍ୟନ୍ତର ଡାଟା ସୁବିଧା ମିଳିବ । ଏହା ବାଦ ସମସ୍ତ ନେଟୱର୍କକୁ ଅନଲିମିଟେଡ଼ କଲିଙ୍ଗ, ୧୦୦ ମେସେଜ ସହ ୪ ଲକ୍ଷ ପର‌୍ୟ୍ୟନ୍ତର ଜୀବନ ବୀମା ସୁବିଧା ମିଳିବ ।

air tel

ଏୟାର ଟେଲର ୨୯୮ ଟଙ୍କିଆ ପ୍ଲାନ:

ଏହି ପ୍ଲାନରେ ୨୮ ଦିନ ଯାଏଁ ୨ ଜିବି ଡାଟା ସୁବିଧା ମିଳିପାରିବ । ଏହା ବାଦ କୌଣସି ନେଟୱର୍କକୁ ଅନଲିମିଟେଡ଼ କଲିଙ୍ଗ କରି ପରିବା ସହ ଜି୫ ସମେତ ଅନ୍ୟ ଆପ୍ସ ଗୁଡିକର ଫାଇଦା ଉଠାଇ ପାରିବେ ।

Leave A Reply

Your email address will not be published.