Below header

ନିଜ ଘରେ ହିଁ ଅଭିନେତ୍ରୀଙ୍କ ସହ ହେଲା ଦୁଷ୍କର୍ମ, ଭିଡିଓ ବନାଇ ଅଭିଯୁକ୍ତ ଦେଉଛି ଭାଇରଲ କରିବାର ଧମକ

ପଶ୍ଚିମବଙ୍ଗର ବିଜୟଗଡ ଅଞ୍ଚଳର ଜଣେ 26 ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଅଭିନେତ୍ରୀ ନିଜେ ଯାଦବପୁର ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଗମ୍ଭୀରତା ଦେଖାଇ ପୋଲିସ ଅଭିନେତ୍ରୀଙ୍କ ମେଡିକାଲ ଟେଷ୍ଟ କରିଛି । ତେବେ ଅଭିନେତ୍ରୀ ଜଣକ ‘ସାଥ ଭୋ ଚମ୍ପା’ ସମେତ ଅନେକ ଟିଭି ଶୋ’ରେ କାମ କରିଛନ୍ତି ।

सांकेतिक तस्वीर

ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ 5 ତାରିଖରେ ଅଭିନେତ୍ରୀଙ୍କର ଜଣେ ପରିଚିତ ବ୍ୟକ୍ତି ଆର୍ଥିକ ସହାୟତା ମାଗି ଫ୍ଲାଟରେ ପହଞ୍ଚିଥିଲେ। ଅଭିନେତ୍ରୀଙ୍କୁ ଏକାକୀ ଦେଖି ସେ ଏହାର ସୁଯୋଗ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପୋଲିସକୁ ଦେଇଥିବା ବିବୃତ୍ତିରେ ଅଭିନେତ୍ରୀ କହିଛନ୍ତି ଯେ ସେ ତାଙ୍କ ଫ୍ଲାଟରେ ଏକୁଟିଆ ରୁହନ୍ତି । ଅଭିନେତ୍ରୀ ଆହୁରି କହିଛନ୍ତି ଯେ ଅଭିଯୁକ୍ତ କେବଳ ତାଙ୍କୁ ବଳାତ୍କାର କରିନାହାଁନ୍ତି ବରଂ ମୋବାଇଲରେ ଏହି ଘଟଣାର ଏକ ଭିଡିଓ ମଧ୍ୟ କରିଛନ୍ତି । ଅଭିଯୁକ୍ତ ଧମକ ଦେଇଛି ଯେ ଯଦି ସେ ଏ ବିଷୟରେ କାହାକୁ କୁହନ୍ତି ତେବେ ସେ ଏହି ଭିଡିଓକୁ ଭାଇରାଲ କରିବେ। ତେବେ ଏହା ସତ୍ତ୍ୱେ ଅଭିନେତ୍ରୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ଭାରତୀୟ ଦଣ୍ଡବିଧି ଆଇନର ଧାରା 376/506 ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ ଚାଲିଛି । ଅଭିଯୁକ୍ତ ଜଣେ ବ୍ୟବସାୟୀ ଏବଂ ଅଭିନେତ୍ରୀଙ୍କ ଜଣେ ପୂର୍ବ ପରିଚିତ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ମଧ୍ୟ ପ୍ରକାଶ ପାଇଛି ।

सांकेतिक तस्वीर

ସୂଚନା ଅନୁଯାୟୀ ଅଭିନେତ୍ରୀ ଜଣକ ପଶ୍ଚିମବଙ୍ଗର, ମଡେଲିଂ ଏବଂ ଅଭିନୟରେ କ୍ୟାରିୟର କରିବା ପାଇଁ ସେ କୋଲକାତାରେ ରହୁଥିଲେ । ପୂର୍ବରୁ ଅଭିନେତ୍ରୀଙ୍କ ଅଭିଯୁକ୍ତଙ୍କ ସହ ଭଲ ସମ୍ପର୍କ ଥିଲା କିନ୍ତୁ କିଛି ସମସ୍ୟା ହେତୁ ସେମାନଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା । ଲକଡାଉନରେ ଅଭିଯୁକ୍ତ ଜଣକ ଫେସବୁକରେ ତାଙ୍କ ସହ ଯୋଗାଯୋଗ କରି ତାଙ୍କୁ ଦେଖା କରିବାକୁ ଅନୁରୋଧ କରିଥିଲେ । ପ୍ରଥମେ ଅଭିନେତ୍ରୀ ସାକ୍ଷାତ କରିବାକୁ ମନା କରିଦେଇଥିଲେ, କିନ୍ତୁ ଯେତେବେଳେ ଯୁବକ ଜଣକ ବ୍ୟବସାୟରେ କ୍ଷତି ସହିଥିଲେ ଏବଂ ଆର୍ଥିକ ସହାୟତା ମାଗିଥିଲେ, ଅଭିନେତ୍ରୀ ତାଙ୍କୁ ତାଙ୍କ ଘରକୁ ଡାକିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.