Below header

ଆଜି ଭୁବନେଶ୍ୱରରୁ ୪୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୬୦୨ ଛୁଇଁଲା ମୋଟ ସଂଖ୍ୟା

ଭୁବନେଶ୍ୱରରୁ ଆଜି ୪୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମଧ୍ୟରୁ ୩୫ ଜଣ କ୍ଵାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୧୦ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । ଆଜି ଚିହ୍ନଟଙ୍କ ମଧ୍ୟରୁ ଡୁମୁଡୁମା ହାଉସିଂ ବୋର୍ଡ କଲୋନୀର ଜଣେ ୩୫ ବର୍ଷୀୟ ବ୍ୟକ୍ତି , ୩ ବର୍ଷୀୟ ଶିଶୁଙ୍କ ସମେତ ୧୩ ବର୍ଷୀୟା ମହିଳାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେପଟେ ସାମନ୍ତରାପୁର ଅଂଚଳର ଜଣେ ୬୧ ବର୍ଷୀୟ ବ୍ୟକ୍ତି, ଜୟଦେବ ବିହାରର ଜଣେ ୫୦ ବର୍ଷୀୟା ମହିଳା ସଂକ୍ରମିତ ହୋଇଥିବା ଜଣାଯାଇଛି ।ଗୌରୀଧାମ ଏବାରଙ୍ଗ ଅଂଚଳର ଗୋଟିଏ ପରିବାରର ୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଅନ୍ୟପକ୍ଷରେ ସତ୍ୟନଗର ଅଞ୍ଚଳର ଜଣେ, ପାତ୍ରପଡାର ଦୁଇଜଣ, ଘାଟିକିଆର ଜଣେ, ସହୀଦ ନଗର ଏରିଆର ଜଣେ, ନୟାପଲ୍ଲୀର ଜଣେ, ଗଙ୍ଗାନଗରଙ୍କ ଜଣେ ଲେଖାଏଁଙ୍କ ରିପୋର୍ଟ ପଜିଟିଭ ଆସିଛି ।

ସେପଟେ ସୁକା ନଗରର ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି । ଅନ୍ୟପକ୍ଷରେ ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ହସ୍ପିଟାଲର ୧୧ ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ପୁରୁଣା ଭୁବନେଶ୍ୱର ଅଂଚଳ ଓ ବରମୁଣ୍ଡା ରୁଚିକା ମାର୍କେଟର ଜଣେ ଲେଖାଏଁଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି । କଳିଙ୍ଗ ନଗରର ୨ ଜଣଙ୍କ, ପଳାଶପାଲ୍ଲୀର ୩ ଜଣଙ୍କ, ବରଗଡ଼ ବ୍ରିଟ କଲୋନୀର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ନୀଳକଣ୍ଠେଶ୍ଵର, ଶୈଳଶ୍ରୀ ବିହାର, ସୂର୍ଯ୍ୟ ନଗର, ଚନ୍ଦ୍ରଶେଖରପୁରର , ବିଜେବି ନଗର, ପଳାଶୁଣୀମ ଘାଟିକିଆ ଅଂଚଳରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.