Below header

ଏୟାରଟେଲର ୨୩ତମ ବର୍ଥଡ଼େ : ଜିଓ ଗିଗାଫାଇବରକୁ ଟକ୍କର ଦେବ ଏୟାରଟେଲର ଏହି ଅଫର

ନୂଆଦିଲ୍ଳୀ : ଆଜି ଟେଲିକମ୍ କମ୍ପାନୀ ଏୟାରଟେଲକୁ ୨୩ବର୍ଷ ପୁରଣ ହୋଇଛି। ଏହି ଅବସରରେ କମ୍ପାନୀ ନିକଟରେ ଲଞ୍ଚ କରାଯାଇଥିବା ଜିଓ ଗିଗାଫାଇବରକୁ ଟକ୍କର ଦେଇ ଅଫର ଲଞ୍ଚ କରିଛି। ଏନେଇ ଏୟାରଟେଲ ନିଜର କିଛି ମାସିକ ହୋମ ବ୍ରଡ଼ବ୍ଯାଣ୍ଡ ପ୍ଯାକରୁ ଡ଼ାଟା ଲିମିଟ ପ୍ଲାନକୁ ବଦଳାଇ ତାହାକୁ ଅନଲିମିଟେଡ଼ କରିଛି। କମ୍ପାନୀ ଏହାକୁ ପ୍ରଥମ ପର୍ଯ୍ଯୟରେ ହାଇଦ୍ରାବାଦରେ ଆରମ୍ଭ କରାଯାଇଛି। ପରେ ଏହାକୁ ଅନ୍ଯାନ୍ଯ ସହର ଗୁଡ଼ିକରେ ଆରମ୍ଭ କରାଯିବା ନେଇ ଘୋଷଣା କରାଯାଇଛି। ତେବେ ଏହା ପୂର୍ବରୁ ମଧ୍ୟ ଜିଓ ତାହାର ଅନଲିମିଡ଼େଟ ପ୍ଲାନ୍ ଲଞ୍ଚ କରି ଏୟାରଟେଲର ଗ୍ରାହକଙ୍କୁ ନିଜ ଆଡ଼କୁ ଆକର୍ଷିତ କରାଇଥିଲା । ଏଣୁ ନିଜ ବ୍ରଡ଼ବ୍ରାଣ୍ଡ ଗ୍ରାହକଙ୍କୁ ନିଜ ସହ ଯୋଡ଼ି ରଖିବା ପାଇଁ ଏୟାରଟେଲ କମ୍ପାନୀ ଏହି ନିୟମ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ : ଆପଲ୍ କମ୍ପାନୀ ଲଂଚ୍ କରିବ କାର୍ !

କମ୍ପାନୀର ଜଣେ ଅଧିକାରୀଙ୍କ ଅନୁଯାୟୀ, ଏୟାରଟେଲ ଗ୍ରାହକଙ୍କ ଚାହିଦା ଅନୁଯାୟୀ ୧ଜିବିପିଏସ ସ୍ପିଡ଼୍ ଡ଼ାଟା ଦେବାକୁ ଯାଉଛି। ତେବେ ଏବେ ମଧ୍ୟ ଫାଇବର ମାଧ୍ୟମରେ ୩୦୦ଏମବିପିଏସର ସ୍ପିଡ଼୍ ଡ଼ାଟା ଗ୍ରାହକଙ୍କୁ ଦିଆଯାଉଛି। ଏବେ କମ୍ପାନୀ ପାଖରେ ଦେଶ ମଧ୍ୟରେ ପାଖାପାଖି ୨୪ଲକ୍ଷ ଆକ୍ଟିଭ ବ୍ରଡ଼ବ୍ରାଣ୍ଡ ଗ୍ରାହକ ରହିଛନ୍ତି। ଯାହା ଏହାକୁ ଦେଶରେ ଦ୍ବିତୀୟ ବ୍ରଡ଼ବ୍ରାଣ୍ଡ ସର୍ଭିସ୍ ପ୍ରୋଭାଇଡ଼ର ସାବ୍ଯସ୍ତ କରିଥାଏ। ଏଥିସହ ଗତ ମାସରେ ଏୟାରଟେଲ ଲଙ୍ଗ୍ ଟର୍ମ ବ୍ରଡ଼ବ୍ରାଣ୍ଡ ପ୍ଲାନ୍ ପାଇଁ ଗ୍ରାହକଙ୍କୁ ୧୫-୨୦ ପ୍ରତିଶତ ପର୍ଯ୍ଯନ୍ତ ରିହାତି ପ୍ରଦାନ କରିଥିଲା।

ଏୟାରଟେଲର ବ୍ରଡ଼ବ୍ରାଣ୍ଡ ପ୍ଲାନ ୩୪୯ଟଙ୍କାରୁ ଆରମ୍ଭ ହୋଇ ୧୨୯୯ଟଙ୍କା ପର୍ଯ୍ଯନ୍ତ ରହିଛି। ଏଥିରେ ଗ୍ରାହକଙ୍କୁ ୮ଏମବିପିଏସ ସ୍ପିଡ଼୍ ଡ଼ାଟାରୁ ଆରମ୍ଭ କରି ୧୦୦ଏମବିପିଏସ ସ୍ପିଡ଼୍ ପର୍ଯ୍ଯନ୍ତ ସମସ୍ତ ସୁବିଧା ଦିଆଯାଉଛି। ତେବେ ଏବେ କମ୍ପାନୀ FUP ହଟାଇ ଦେଇଛି ଯାହା ଦ୍ବାରା ଗ୍ରାହକ ଅନଲିମିଟେଡ଼ ଡ଼ାଟାର ଲାଭ ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.