Below header

ବାରମ୍ବାର ରିଚାର୍ଜ କରିବା ଝିନଝଟ୍‌ ଖତମ୍‌ , ବହୁତ କମ୍‌ ଟଙ୍କା ଦେଇ କରନ୍ତୁ ବର୍ଷେ ପାଇଁ ରିଚାର୍ଜ

ପ୍ରତି ମାସ ରିଚାର୍ଜ କରିବା ଟେନସନ୍‌ ଠାରୁ ଭଲ ଥରେ ରିଚାର୍ଜ କରିଦେବା ତାହା ପୁଣି ଗୋଟେ ବର୍ଷ ପାଇଁ। ଏମିତିରେ ଆପଣଙ୍କୁ ହେଡେକ୍‌ ବି ହେବନି ଆଉ ପୂରା ଗୋଟେ ବର୍ଷ ଆଉ ଆପଣଙ୍କର ରିଚାର୍ଜର ଟେନସନ୍‌ ରହିବନାହିଁ। ଯଦି ଆମେ ଭାରତୀ ଏୟାରଟେଲ ବିଷୟରେ କହିବା ତ ଏହି କମ୍ପାନୀ କିଛି ଏମିତି ପ୍ଲାନ୍ସ ଲଞ୍ଚ୍‌ କରିଛି ଯାହା ପୂରା ଗୋଟେ ବର୍ଷର ବୈଧତା ସହିତ ତିନିଟି ପ୍ରିପେଡ୍‌ ପ୍ଲାନ୍‌ ଉପଲବ୍ଧ କରାଇଛି। ଏହାର ଭ୍ୟାଲିଡିଟୀ ୩୬୫ ଦିନ ହେବା ସହିତ ଦାମ୍‌ ୧,୭୯୯ ଟଙ୍କାରୁ ଆରମ୍ଭ ହୋଇଥାଏ।

ଏଥିରେ ଡାଟା, କଲିଙ୍ଗ, ଏସଏମଏସ ସମେତ ଆହୁରି ଅନେକ ବେନିଫିଟ୍ସ ଦିଆଯାଉଛି। ଆଜି ଆମେ ଆପଣଙ୍କୁ କମ୍ପାନୀର ସବୁଠାରୁ ଶସ୍ତା ଆଉ ବଢ଼ିଆ ପ୍ଲାନ୍‌ ବିଷୟରେ କହିବାକୁ ଯାଉଛୁ। ଯାହାର ଦାମ୍‌ ୧୭୯୯ ଟଙ୍କା। ଏହା କମ୍ପାନୀର ଏକ ବାର୍ଷିକ ବୈଧତା ବିଷିଷ୍ଟ ସବୁଠାରୁ ବଢ଼ିଆ ପ୍ଲାନ। ଏହି ପ୍ଲାନ ଖାସ୍‌ କରି ସେହି ୟୁଜର୍ସଙ୍କ ପାଇଁ ବେଷ୍ଟ ରହିବ ଯେଉଁମାନଙ୍କୁ ଅଧିକ ଡାଟାର ଆବଶ୍ୟକତା ନଥାଏ କିନ୍ତୁ ଭ୍ୟାଲିଡିଟୀ ଅଧିକ ଦରକାର ହୋଇଥାଏ।

airtel plan୧୭୯୯ ଟଙ୍କିଆ ଏୟାରଟେଲର ଏହି ପ୍ରିପେଡ୍‌ ପ୍ଲାନରେ ୟୁଜର୍ସଙ୍କୁ ୩୬୫ ଦିନର ଭ୍ୟାଲିଡିଟୀ ଦିଆଯାଉଛି। ଏଥିରେ ୨୪ଜିବି ଡାଟା ଦିଆଯାଉଛି। ଏହି ଡାଟା ଶେଷ ହେବା ପରେ ୟୁଜର୍ସଙ୍କୁ ୫୦ ଟଙ୍କା ପ୍ରତି ଏମବି ଚାର୍ଜ ଦେବାକୁ ହେବ। ଅବଶ୍ୟ ଯେତେବେଳେ ଆପଣଙ୍କୁ ଡାଟାର ଆବଶ୍ୟକତା ପଡିବ ସେତେବେଳେ ଆପଣ ୪ଜି ଡାଟା ଭାଉଚର ରିଚାର୍ଜ କରିପାରିବେ।

ଏହାବ୍ୟତୀତ ୟୁଜର୍ସଙ୍କୁ ସମ୍ପୂର୍ଣ୍ଣ ଭ୍ୟାଲିଡିଟୀ ସହିତ ଅନଲିମିଟେଡ୍‌ ଭଏସ କଲିଙ୍ଗର ସୁବିଧା ଦିଆଯିବ। ୟୁଜର୍ସ କୌଣସି ବି ନେଟଓ୍ଵାର୍କକୁ କଲିଙ୍ଗ କରିପାରିବେ। ଏହାସହିତ ୩୬୦୦ ଏସଏମଏସ ମଧ୍ୟ ଦିିଆଯାଉଛି। ଏହାବ୍ୟତୀତ ଏୟାରଟେଲ ଥ୍ୟାଙ୍କସ ବେନିଫିଟ୍ସ ମଧ୍ୟ ରହିଛି, ଯେଉଁଥିରେ ତିନି ମାସ ପାଇଁ ଆପୋଲୋ ୨୪/୭ ସର୍କଲ ସବସ୍କ୍ରିପସନ୍‌, ଫାସଟାଗରେ ୧୦୦ ଟଙ୍କା କ୍ୟାସବ୍ୟାକ,ଫ୍ରି ହେଲୋଟ୍ୟୁନ୍ସ ଏବଂ ଓ୍ଵିଙ୍କ୍‌ ମ୍ୟୁଜିକ ଭଳି ସୁବିଧା ମଧ୍ୟ ଦିଆଯାଉଛି।

ଏହି ପ୍ଲାନ ସେହି ଲୋକଙ୍କ ପାଇଁ ଏକ ଭଲ ପ୍ରିପେଡ୍‌ ପ୍ଲାନ ହୋଇପାରିବ ଯେଉଁମାନେ ବହୁତ ଅଧିକ ଡାଟା ବ୍ୟବହାର କରୁନାହାଁନ୍ତି ଏବଂ ଯେଉଁମାନଙ୍କୁ ଅଧିକ ଭଏସ କଲିଙ୍ଗ୍‌ ଏବଂ ଅଧିକ ଦିନର ଭ୍ୟାଲିଡିଟୀ ଆବଶ୍ୟକ ପଡିଥାଏ। ଯଦି ଆପଣଙ୍କ ପାଖରେ ଏୟାରଟେଲର ସେକେଣ୍ଡାରୀ ସିମ୍‌ ଅଛି ଏବଂ ଆପଣ ବାସ୍‌ ତାକୁ ଚାଲୁ ରଖିବା ପାଇଁ ରିଚାର୍ଜ କରିବାକୁ ଚାହୁଁଛନ୍ତି ତାହେଲେ ଏହି ପ୍ଲାନ୍‌ ଏକଦମ୍‌ ବେଷ୍ଟ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.