ଖେଳୁ ଖେଳୁ କୂଅରେ ପଡ଼ିଗଲା ୪ବର୍ଷର ଶିଶୁ ପୁତ୍ର, ଦେଖିଲା ବେଳକୁ ସବୁ ସରିଥିଲା

କେନ୍ଦୁଝର(କେନ୍ୟୁଜ): କୂଅରେ ପଡ଼ି ୪ବର୍ଷର ଶିଶୁ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ ବାସୁଦେବପୁର ଗ୍ରାମରେ। ଗ୍ରାମର ରାଜକିଶୋର ଧୀବରଙ୍କ ୪ବର୍ଷର ପୁଅ ବିକାଶ ଧୀବର ଗତକାଲି ସନ୍ଧ୍ୟା ୫ଟା ସମୟରେ ଖେଳୁଥିବା ଅବସ୍ଥାରେ ଘର ନିକଟରେ ଥିବା କୂଅ ମଧ୍ୟରେ ପଡିଯାଇଥିଲା । ପରେ ବହୁ ଖୋଜାଖୋଜି ପରେ ଘଟଣା ବିଷୟରେ ଜାଣିବା ପରେ କେନ୍ଦୁଝର ଦମକଳ ବାହିନୀକୁ ଖବର ଦିଆଯାଇଥିଲା।

ଖବର ପାଇ ଘଟଣାସ୍ଥଳରେ ପହଁଚିଥିଲା ଦମକଳ ବାହିନୀ। ଏହାପରେ ୧୫ଫୁଟ ତଳୁ ଶିଶୁକୁ ଉଦ୍ଧାର କରି ୧୦୮ଯୋଗେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଶିଶୁଟିର ମୃତ୍ଯୁ ହୋଇଥିବା ନେଇ ସୂଚନା ଦେଇଥିଲେ । ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୃତଦେହକୁ ଶବ ଗୃହରେ ରଖାଯାଇଥିଲା । ଆଜି ମୃତଦେହ ପଞ୍ଚନାମା କରାଯିବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.