ସ୍କର୍ଟ ପିନ୍ଧି ଐଶ୍ୱର୍ଯ୍ୟାଙ୍କ ଗୀତ ‘ବର୍ଶୋ ରେ ମେଘା ମେଘା’ ଗୀତରେ ନ୍ୟୁୟର୍କ ରୋଡ଼ରେ ନାଚିଲେ ଯୁବକ, ଭାଇରାଲ୍ ହେଇଛି ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ ଡ୍ୟାନ୍ସ ଭିଡିଓ ସବୁଠୁ ଭାଇରାଲ ହେଉଛି। ସୋସିଆଲ ମିଡିଆ ଟ୍ରେଣ୍ଡ ଠାରୁ ଆରମ୍ଭ କରି ଏକ ଗୀତ ପାଇଁ ସେମାନଙ୍କର ମେନ୍ କୋରିଓଗ୍ରାଫି ସୃଷ୍ଟି କରୁଥିବା ଲୋକଙ୍କ ପର୍ଯ୍ୟନ୍ତ, ଆମେ ଏହାକୁ ଇଣ୍ଟରନେଟରେ ଦେଖୁଛୁ। ତେବେ ବଲିଉଡ ଗୀତରେ ଡ଼ାନ୍ସ କରିବା ପାଇଁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି।

ନିକଟରେ ଜଣେ ଭାରତୀୟ ବ୍ୟକ୍ତି ନ୍ୟୁୟର୍କର ରାସ୍ତାରେ କୁର୍ତ୍ତା ଏବଂ ସ୍କର୍ଟରେ ନାଚିଥିଲେ, ଯାହା ପାଇଁ ତାଙ୍କ ଭିଡ଼ିଓ ଭାଇରାଲ ହୋଇଥିଲା।ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଗୀତ ‘ବାର୍ସୋ ରେ ମେଘା ମେଘା’ ରେ ନାଚି ନୃତ୍ୟଶିଳ୍ପୀ ଜୈନିଲ ମେହେତା ବର୍ତ୍ତମାନ ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟି ଛନ୍ତି।

 

 

View this post on Instagram

 

A post shared by Jainil Mehta (@jainil_dreamtodance)

ଟିକଟକ୍ ଏବଂ ଇନଷ୍ଟାଗ୍ରାମ ରିଲରେ ସେ ପ୍ରଥମେ ଭାଇରାଲ ହୋଇଥିଲେ । ଏହାର କାରଣ ଥିଲା ତାଙ୍କ ପୋଷାକ। ନ୍ୟୁୟର୍କ ରାସ୍ତାରେ ନାଚିବାବେଳେ ସେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟନ୍ତି। ସେ ପୁର୍ବରୁ ମଧ୍ୟ ଅନେକ ଗୀତରେ ଡାନ୍ସ କରି ଭାଇରାଲ ହୋଇଥିଲେ।ତେବେ ତାଙ୍କର ଆଉ ଏକ ଭିଡ଼ିଓ ସାମ୍ନାକୁ ଆସିଛି। ସେ ଲମ୍ଭ ସ୍କର୍ଟ୍ ପିନ୍ଧି ପାଣିରେ ନାଚୁଛନ୍ତି। ତେବେ ସେ ପୁରୁଷ ହୋଇ ମଧ୍ୟ ଏପରି କରୁଥିବାରୁ ସମସ୍ତଙ୍କ ପ୍ରେରଣା ପାଲଟିଛନ୍ତି।

ସେ ତାଙ୍କ ଭିଡ଼ିଓରେ #meninskirts ନାମରେ ହାଜ୍ ଟ୍ୟାଗ୍ ଦିଅନ୍ତି। ତାଙ୍କ ଭିଡିଓରେ ଇନଷ୍ଟାଗ୍ରାମରେ ୨.୩୫ ଲକ୍ଷରୁ ଅଧିକ ଟାଇମ୍ ଦେଖା ଯାଇଥିବା ଏବଂ ୨୪,୦୦୦ ରୁ ଅଧିକ ଲାଇକ୍ ରହିଛି। ଲୋକମାନେ ତାଙ୍କ ଡ୍ୟାନ୍ସ ଭିଡିଓ ପାଇଁ ଜୈନିଲଙ୍କୁ ସମର୍ଥନ କରିଥିଲେ ଏବଂ ଭଲ କମେଣ୍ଟ ମଧ୍ୟ କରିଥିଲେ। ତାଙ୍କ ପ୍ରଥମ ରିଲ୍ ହେଉଛି ଯେତେବେଳେ ସେ ନ୍ୟୁୟର୍କରେ ମାଧୁରୀ ଦୀକ୍ଷିତଙ୍କ ଘାଗେରା ଗୀତରେ ଡାନ୍ସ କରିଥିଲେ। ସେହି ଭିଡ଼ିଓ ପର ଠାରୁ ହିଁ ତାଙ୍କୁ ଅନେକ ଦର୍ଶକ ପସନ୍ଦ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.