ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଯାଇ ନଷ୍ଟ ହେଲା କୋଟି କୋଟି ଟଙ୍କାର ରାସ୍ତା, ଠିକା କମ୍ପାନୀ ବିରୋଧରେ ଏତଲା ପରେ ବି ଚୁପ୍ ପ୍ରଶାସନ

ଯାଜପୁର ଟାଉନ(କେନ୍ୟୁଜ): ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଯାଇ ନଷ୍ଟ ହେଲା ଏକାଧିକ ରାସ୍ତା । ରାସ୍ତା ନଷ୍ଟ କରିବା ଅଭିଯୋଗରେ ଠିକା ସଂସ୍ଥା ବିରୋଧରେ ମାମଲା ରୁଜୁ କଲା ଗ୍ରାମ୍ଯ ଉନ୍ନୟନ ବିଭାଗ । ହେଲେ ଆଜି ପର୍ଯ୍ଯନ୍ତ କୌଣସି ସୁଫଳ ମିଳିଲା ନାହିଁ । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । ଯାଜପୁର ଦଶରଥପୁର ବ୍ଲକର ମେଗା ପାନୀୟ ଜଳ ପ୍ରକଳ୍ପ ର୍ନିମାଣ ଦାୟିତ୍ୱ ନେଇ ରାସ୍ତା ଘାଟ ଖିନଭିନ କରୁଥିବା ଠିକା ସଂସ୍ଥା ବିରୋଧରେ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି ଜୋରଦାର ହୋଇଛି । ସେପଟେ ପ୍ରକଳ୍ପ କାମ ଶେଷ ହେବା ପରେ ରାସ୍ତା ମରାମତି କରାଯିବ ବୋଲି ଯାଜପୁର ଜିଲାପାଳ କହିଛନ୍ତି ।

ଠିକା ସଂସ୍ଥା କର୍ତୁପକ୍ଷଙ୍କ ଦାଦାଗିରି । ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଦାୟିତ୍ୱ ନେଇ କୋଟି କୋଟି ଟଙ୍କା ରାସ୍ତାକୁ ନଷ୍ଟ କଲା ଠିକା କମ୍ପାନୀ । ଠିକା କମ୍ପାନୀ ବିରୋଧରେ ଥାନାରେ ଲିଖିତ ଅଭିଯୋଗ ପରେ ବି ପୋଲିସ ଚୁପ କାହିଁକି? କାହିଁକି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଠିକା କମ୍ପାନୀ ପ୍ରତି ଦେଖାଉଛି ଏତେ ଦରଦ? ଯାଜପୁର ଦଶରଥପୁର ରେ ପାନୀୟ ଜଳ ପ୍ରକଳ୍ପର ଠିକା ସଂସ୍ଥା ମେଘା ଇଂଜିନିୟରିଂ ଏଣ୍ଡ ଇନପ୍ରାଂଷ୍ଟ୍ରକଚର ଲିମିଟେଡ ବିରୋଧରେ ଆସିଛି ଏମିତି ସଙ୍ଗୀନ ଅଭିଯୋଗ । ଦଶରଥପୁର ବ୍ଲକର ୫୦ରୁ ଊର୍ଦ୍ଧ୍ବ ଗ୍ରାମ୍ଯ ଉନ୍ନୟନ ରାସ୍ତାକୁ ଖୋଳି ନଷ୍ଟ କରିଛି ଏହି ଠିକା କମ୍ପାନୀ । ଯାହା ବିରୋଧରେ ଖୋଦ ଗ୍ରାମ୍ଯ ଉନ୍ନୟନ ବିଭାଗ ପକ୍ଷରୁ ସ୍ଥାନୀୟ ଥାନାରେ ମଧ୍ୟ ଲିଖିତ ଅଭିଯୋଗ ହୋଇଛି । ଗୋଟିଏ ପଟେ ବିପର୍ଯ୍ଯସ୍ତ ରାସ୍ତା ମରାମତି ହୋଇପାରିନି ଅନ୍ଯପଟେ ସମ୍ପୃକ୍ତ ଘରୋଇ ଠିକା କମ୍ପାନୀ ବିରୋଧରେ କୌଣସି କାର୍ଯ୍ଯାନୁଷ୍ଠାନ ହୋଇନି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

ପାନୀୟ ଜଳ ପ୍ରକଳ୍ପ ର ଠିକା ସଂସ୍ଥା ବିରୋଧରେ ଏଭଳି ମାଳ ମାଳ ଅଭିଯୋଗ ପରେ କାହିଁକି ନିଆଯାଉନି କାର୍ଯ୍ଯାନୁଷ୍ଠାନ ? ଠିକା ସଂସ୍ଥାର ମନମାନି ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଯାତାୟତ ନେଇ ସମସ୍ଯା ମଧ୍ୟ ଭୋଗୁଛନ୍ତି । ତେବେ କିଏ ଏହି ଠିକା ସଂସ୍ଥାକୁ ସୁରକ୍ଷା ଯୋଗାଉଛି? ଗୋଟିଏ ବିଭାଗ ସଂପୃକ୍ତ ଠିକା ସଂସ୍ଥା ବିରୋଧରେ ଲିଖିତ ଅଭିଯୋଗ କରିବା ପରେ କାହା ଚାପରେ  ସ୍ଥାନୀୟ ପୋଲିସ । ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ରୁ ଯଦି ସମସ୍ଯା ଏମିତି ତା ହେଲେ ସରିବା ବେଳକୁ ରାସ୍ତାର ଅବସ୍ଥା କେମିତି ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୋଲିସ ପ୍ରଶାସନର ଏଭଳି ନିରବତାକୁ ନେଇ ଆଶ୍ଚର୍ଯ୍ଯ ପ୍ରକଟ କରିଛନ୍ତି ଗ୍ରାମ୍ଯ ଉନ୍ନୟନ ବିଭାଗୀୟ ଅଧିକାରୀ । ସେପଟେ ପ୍ରକଳ୍ପ କାମ ଶେଷ ପରେ ଠିକା ସଂସ୍ଥା ସମସ୍ତ ରାସ୍ତା ମରାମତି କରିବ ବୋଲି ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ ।

ଠିକା ସଂସ୍ଥା ପାଇପ ବିଛାଇବା ବେଳେ ଗ୍ରାମ୍ଯ ଉନ୍ନୟନ ବିଭାଗର ପରାମର୍ଶ ଅନୁଯାୟୀ କରିବା କଥା କିନ୍ତୁ ତାହା ନ କରି କାହିଁକି ନିଜର ଦାଦାଗିରି ଦେଖାଉଛି? ଆଉ ଏ ଦିଗରେ ତାକୁ କିଏ ସୁରକ୍ଷା ଦେଉଛି ?ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.