ରାକ୍ଷୀ ସାଓ୍ଵନ୍ତ ଦେଖାଇଲେ ଦୁବାଇରେ ନିଜ ବିଳାସମୟ ଘର! ବେଡ୍‌ରୁମ୍‌ରୁ ବାଥ୍‌ରୁମ୍‌ ପର୍ଯ୍ୟନ୍ତ ଇଣ୍ଟେରିୟର ଦେଖିଲେ ହୋଇଯିବେ ସ୍ୱବ୍ଧ

ବି-ଟାଉନ୍‌ର ‘କଣ୍ଟ୍ରୋଭର୍ସି କ୍ୱିନ୍‌’ ରାକ୍ଷୀ ସାଓ୍ଵନ୍ତ ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। କେତେବେଳେ ତାଙ୍କ ବିବାହକୁ ନେଇ ତ ଆଉ କେତେବେଳେ ପୂର୍ବ ସ୍ୱାମୀଙ୍କ ସହିତ ତାଙ୍କ ବିବାଦକୁ ନେଇ ଚର୍ଚ୍ଚା ଲାଗି ରହିଥାଏ। ବର୍ତ୍ତମାନ ସେ ନିଜ ନୂଆ ରିଲେସନଶିପ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅଭିନେତ୍ରୀ ବିଜନେସ୍‌ମ୍ୟାନ ଆଦିଲ ଖାନ୍‌ ଦୁର୍ରାନୀଙ୍କୁ ଡେଟ୍‌ କରୁଛନ୍ତି।

ଏହାରି ଭିତରେ ନିକଟରେ ରାକ୍ଷୀ ସାଓ୍ଵନ୍ତ ଦୁବାଇସ୍ଥିତ ନିଜ ବିଳାସପୂର୍ଣ୍ଣ ଘରର ଭର୍ଚୁଆଲ ଟୁର୍‌ କରାଇଛନ୍ତି, ଯାହାର ଇଣ୍ଟେରିୟର ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେଇପାରେ। ଘରର ବେଡ୍‌ରୁମ୍‌, ବାଥ୍‌ରୁମ୍‌, ଡାଇନିଂ ଏରିଆ ସବୁ କିଛି ରୟାଲ ତଥା ଏଲିଗେଣ୍ଟ୍‌ ଇଣ୍ଟେରିୟରରେ ସଜାଯାଇଛି।

ପ୍ରକୃତ କଥା ହେଲା, ଜୁନ୍‌ ୧୬ରେ ରାକ୍ଷୀ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ଦୁବାଇସ୍ଥିତ ତାଙ୍କ ବିଳାସମୟ ଘରର ଝଲକ୍‌ ଦେଖିବାକୁ ମିଳୁଛି। ଭିଡିଓରେ ଅଭିନେତ୍ରୀ ପିଙ୍କ୍‌ କଲର୍‌ ଶାଢିରେ ଖୁବ୍‌ ଆକର୍ଷଣୀୟ ଦେଖାଯାଉଛନ୍ତି ଏବଂ ନିଜ ଘରକୁ ବୁଲି ବୁଲି ଦେଖାଉଛନ୍ତି। ହ୍ଵାଇଟ୍‌, ବ୍ରାଉନ୍‌ ଏବଂ ଚକୋଲେଟି ରଙ୍ଗରେ ତାଙ୍କ ମଡ୍ୟୁଲାର୍‌ ରୋଷେଇ ଘରକୁ ଇଣ୍ଟେରିୟର କରାଯାଇଛି। ସେହିପରି ଏଲିଗେଣ୍ଟ୍‌ ଥିମ୍‌ ଉପରେ ତିଆରି ହୋଇଥିବା ତାଙ୍କ ଲିଭିଂ ରୁମ୍‌ ବହୁତ ଆକର୍ଷଣୀୟ ରହିଛି। ଲିଭିଂ ରୁମ୍‌ରେ ଏକ ବଡ଼ ଟିଭି ସହିତ ବ୍ଲୁ ରଙ୍ଗର କିଙ୍ଗ୍‌ ସାଇଜ୍‌ ଚେୟାର, ସ୍କାଇ ବ୍ଲୁ ରଙ୍ଗର କାଉଚେସ୍‌ ଦେଖିବାକୁ ମିଳୁଛି, ଯାହାକି ଏହି ଏରିଆକୁ ଏକଦମ୍‌ ବିଳାସମୟ ଟଚ୍‌ ଦେଉଛି।

କହି ରଖୁଛୁ, ରାକ୍ଷୀ ସାଓ୍ଵନ୍ତ ଗତ ମାସରେ ନିଜ ବୟଫ୍ରେଣ୍ଡ୍‌ ଆଦିଲ ଖାନ ଦୁର୍ରାନୀଙ୍କ ସହିତ ଦୁବାଇରେ ଛୁଟି କାଟିବାକୁ ଯାଇଥିଲେ। ସେହି ସମୟରେ ଅଭିନେତ୍ରୀ ଖୁଲାସା କରିଥିଲେ କି, ତାଙ୍କ ବୟଫ୍ରେଣ୍ଡ୍‌ ଆଦିଲ ଦୁବାଇରେ ତାଙ୍କ ନାମରେ ଏକ ଆପାର୍ଟମେଣ୍ଟ କିଣିଛନ୍ତି। ରାକ୍ଷୀ ଏହା ମଧ୍ୟ କହିଥିଲେ ଯେ ଆଦିଲ ତାଙ୍କୁ ଏକ କାର୍‌ ଗିଫ୍ଟ କରିଛନ୍ତି। ଏମିତିରେ ସୋସିଆଲ ମିଡିଆ ୟୁଜରମାନେ ଅନୁମାନ କରୁଛନ୍ତି କି, ଭିଡିଓରେ ରାକ୍ଷୀ ସାଓ୍ଵନ୍ତ ଯେଉଁ ଘର ଦେଖାଉଛନ୍ତି, ତାହା ଆଦିଲ ଖାନଙ୍କ ଦ୍ୱାରା ଦିଆଯାଇଥିବା ଆପାର୍ଟମେଣ୍ଟ।

କେବଳ ଏତିକି ନୁହେଁ, ରାକ୍ଷୀ ଆହୁରି କହିଛନ୍ତି, ସେମାନେ ଦୁହେଁ ନିଜ ରିଲେସନଶିପ୍‌କୁ ନେଇ ବହୁତ ଗମ୍ଭୀର ଅଛନ୍ତି ଏବଂ ଆଦିଲ ତାଙ୍କୁ ନିଜ ପରିବାର ସହିତ ମଧ୍ୟ ସାକ୍ଷାତ କରାଇଛନ୍ତି। ଆଦିଲ ଖାନ ଦୁର୍ରାନୀଙ୍କ ସହ ନିଜ ସମ୍ପର୍କକୁ ନେଇ ରାକ୍ଷୀ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି।

 

View this post on Instagram

 

A post shared by Rakhi Sawant (@rakhisawant2511)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.