ସୋରଣରୁ ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ

ଟାଙ୍ଗୀ(କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ସୋରଣ ମା ଭଗବତୀଙ୍କ ପୀଠରେ ରଜ ଯାତ୍ରା ମହାଆଡ଼ମ୍ଭରେ ପାଳିତ ହୋଇଯାଇଛି । ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ମା ‘ଙ୍କ ପୀଠକୁ ଆସିଥିଲେ । ଯାହାଫଳରେ ସୋରଣ ଗାଁରେ ବନ୍ଧୁ ବାନ୍ଧବଙ୍କ ପ୍ରବଳ ଭିଡ। ଏହାରି ଭିତରେ ଦୀର୍ଘ ଦିନ ଧରି ମାଝୀସାହିରେ ଥିବା ଏକ ପାନ ଦୋକାନ ଆଳରେ ମଦ ବ୍ୟାପାର ଚାଲି ଆସୁଥିଲା । ରଜ ପର୍ବକୁ ନଜରରେ ରଖି ଭଳିକି ଭଳି ଚୋରା ଦେଶୀ ଓ ବିଦେଶ ମଦ ଖୋଲମ ଖୁଲା ବ୍ୟାପାର ଚାଲୁଥିଲା ।

ଯାହା ଖବର ପାଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକଙ୍କ ତତ୍ବାବଧାନରେ କୁହୁଡି ପୋଲିସ୍ ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନା, ଏଏସଆଇ ବସନ୍ତ ବେହେରା ସଦଳବଳ ଅତର୍କିତ ସେହି ପାନ ଦୋକାନ ଉପରେ ଚଢ଼ାଉ କରିଥିଲେ । ସେଠାରୁ ଆଠ କାର୍ଟୁନ ଆସିକା-40 , ସହ ଭଳିକି ଭଳି ମୋଟ ୪୭ଲିଟର ଚୋରା ମଦ ଜବତ କରିବା ସହ ଘଟଣାସ୍ଥଳରୁ ମଦ ବେପାରୀ ନାରାୟଣ ଚମ୍ପତିଙ୍କୁ ଗିରଫ କରିଥିଲେ। ଟାଙ୍ଗୀ ଥାନାରେ ତା ୧୭/୬/୨୦୨୨ ରେ U/S-52 (a) (i)ରାଜ୍ୟ ଅବକାରୀ ଅଧିନିୟମ ୨୦୦୮ ଅନୁଯାୟୀ କେଶ ନମ୍ବର ୩୦୭/୨୨ ରେ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଟାଙ୍ଗୀ ଥାନା ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.