କାବୁଲ ସହରରେ ଆଜି ସକାଳ ସମୟରେ ଦୁଇଟି ବଡ ଧରଣର ବିସ୍ଫୋରଣ, କାରଣ ଅସ୍ପଷ୍ଟ

ଆଫଗାନିସ୍ତାନର ରାଜଧାନୀ କାବୁଲ ସହରରେ ଆଜି ସକାଳ ସମୟରେ ଦୁଇଟି ବଡ ଧରଣର ବିସ୍ଫୋରଣ ଘଟିଯାଇଛି । ଏହି ବିସ୍ଫୋରଣ ଗୁରୁଦ୍ୱାର ନିକଟବର୍ତ୍ତୀ ଅଂଚଳରେ ଘଟିଥିବା ନେଇ ଜଣାଯାଇଛି । ସୂଚନାରୁ ଜଣାଯାଇଛିଯେ ଏକାଧିକ ସଂଖ୍ୟାରେ ଗୁଳି ଫୁଟିବା ଶବ୍ଦ ମଧ୍ୟ ହୋଇଥିଲା ।| ଏହି ଘଟଣାରେ ଆହତଙ୍କ ସଂଖ୍ୟା ଏଯାବତ ସ୍ପଷ୍ଟ ହୋଇପାରିନାହିଁ ।

ଦୁର୍ଘଟଣା ଘଟିବା ସମୟରେ ସେଠାରେ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ଥିବା ନେଇ ରିପୋର୍ଟରୁ ଜଣାଯାଇଛି । ଆଜି ସକାଳ ସମୟରେ କାବୁଲ ସ୍ଥିତ କର୍ତେ ପରୱାନର ଏକ ଗୁରୁଦ୍ୱାର ନିକଟରେ ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ଉକ୍ତ ବିସ୍ଫୋରଣ ହୋଇଥିବା ନେଇ ସୂଚନାରୁ ସ୍ପଷ୍ଟ ହୋଇଛି । କାବୁଲ ସ୍ଥିତ ଦଶମେଶ ପିଟା ସାହିବଜି ଗୁରୁଦ୍ୱାର ଆଖପାଖ ଅଞ୍ଚଳରେ ବିସ୍ଫୋରଣ ଘଟିଥିବା ନେଇ ଜଣା ଯାଇଛି । ସେହି ସମୟରେ ଏହି ଅଂଚଳ ଲୋକାରଣ୍ୟ ହୋଇଥିବା କାରଣରୁ ମୃତକଙ୍କ ସଂଖ୍ୟା ଅଧିକ ଥିବା ନେଇ ଆଶଙ୍କା କରାଯାଉଛି । ଦୁର୍ଘଟଣା ପଛରେ କାହାର ହାତ ଅଛି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।

ଏକ ସମ୍ବାଦ ସରବରାହ ସଂସ୍ଥାର ଟ୍ୱିଟରୁ ଜଣାଯାଇଛିଯେ ଏଭିତରେ ତିନି ଜଣଙ୍କୁ ସଫଳତାର ସହ ବାହାରକୁ ଅଣା ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁଳି ବାଜି ଗୁରୁଦ୍ୱାର ଚୌକିଦାରଙ୍କ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.