Below header

ଏୟାରଟେଲର ଧମାକାଦାର ଅଫର, ୨୦ ଜିବି ଅଧିକ ଡ଼ାଟା ସହ ମିଳିବ ୩୦୦ ଟଙ୍କାର ରିହାତି

ନୂଆଦିଲ୍ଲୀ : ଟେଲିକମ ବଜାରରେ ଏବେ କଡ଼ା ପ୍ରତିଯୋଗିତା ଚାଲିଛି। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଦୈନିକ ଭିନ୍ନ ଭିନ୍ନ ପ୍ରକାରର ପ୍ଳାନ ଲଞ୍ଚ କରାଯାଉଛି। ଏନେଇ ଏୟାରଟେଲ ଏହାର ପୋଷ୍ଟପେଡ଼୍ ଗ୍ରାହକଙ୍କ ପାଇଁ ଅଫର ଲଞ୍ଚ କରିଛି। ଏହି ଅଫରରେ କମ୍ପାନୀ ଗ୍ରାହକଙ୍କୁ ୬୦୦ ଟଙ୍କା ରିଚାର୍ଜରେ ୩୦୦ ଟଙ୍କାର ପ୍ରତିମାସରେ ୫୦ ଟଙ୍କା ହିସାବରେ ରିହାତି ଦେବ। ଏହା ପରେ ୩୯୯ ଟଙ୍କାର ପ୍ଲାନ କେବଳ ୩୪୯ଟଙ୍କାରେ ମିଳିବ।

୩୯୯ଟଙ୍କାର ରିଚାର୍ଜ ଅଫରରେ ଗ୍ରାହକଙ୍କୁ ଏୟାରଟେଲ ମାଇ ପ୍ଲାନର ଗ୍ରାହକଙ୍କୁ ଅନଲିମିଟେଡ଼ କଲିଂ , ମାଗଣା ରୋମିଂ, ୧୦୦ମେସେଜ୍/ପ୍ରତିଦିନ ଏବଂ ଏୟାରଟେଲ ଆପ୍ସର ସବକ୍ରିପସନ୍ ଭଳି ସୁବିଧା ମିଳିବ। ଏଥିସହ ଗ୍ରାହକଙ୍କୁ ମସକ ୨୦ ଜିବି ଡ଼ାଟା ମିଳିବା ସହ ଏଥିରେ ରୋଲଓବର ସୁବିଧା ମଧ୍ୟ ମିଳିବ।

ଆହୁରି ପଢ଼ନ୍ତୁ: ଅନଲାଇନ୍ ରେଳ ଟିକେଟ୍ ବୁକିଂ ପାଇଁ ଦେବାକୁ ହେବ ଚାର୍ଜ

ଏହାଛଡ଼ା ଏହି ଅଫରରେ ଏୟାରଟେଲ ତାହାର ଗ୍ରାହକଙ୍କୁ ଅତିରିକ୍ତ ୨୦ ଜିବି ଡ଼ାଟା ମିଳିବ। ଏହି ଅତିରିକ୍ତ ଡ଼ାଟାର ଅବଧି ୧୨ ମାସ ଅର୍ଥାତ୍ ଗ୍ରାହକଙ୍କୁ ୩୯୯ ପ୍ଳନରେ ସମୁଦାୟ ୪୦ଜିବି ଡ଼ାଟା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.