Below header

Airtel ୟୁଜର ମାନଙ୍କୁ ଲାଗିଲା ବଡ଼ ଝଟକା, ବନ୍ଦ ହେଲା ଏହି ସବୁ ସେବା

ଦେଶର ଅନ୍ୟତମ ଟେଲିକମ କମ୍ପାନୀ ଏୟାରଟେଲ ନିଜର କିଛି ସେବାକୁ ବନ୍ଦ କରିବାକୁ ଯାଉଛି । ଏବେ ଏହାର ଗ୍ରାହକ ମାନଙ୍କୁ ଏକ୍ସଟ୍ରିମ ଫାଇବର ଓ ପୋଷ୍ଟପେଡ ପ୍ଳାନ୍ସ ଗୁଡିକର ଗ୍ରହକଙ୍କୁ ମାଗଣା ନେଟଫ୍ଲିକ୍ସ ସୁବିଧା ଆଉ ମିଳିପାରିବ ନାହିଁ । ଏହା ପୂର୍ବରୁ ବି କମ୍ପାନୀ ନିଜର ସମସ୍ତ ପ୍ଳାନ ଗୁଡିକର ସବସକ୍ରାଇବରଙ୍କୁ ପ୍ରିମିୟମ ଆପ୍ସର ମାଗଣା ସବସ୍କ୍ରିପ୍ସନର ସୁବିଧା ମିଳିବନି । ଅବଶ୍ୟ ଜିଓ, ଭୋଡାଫୋନ- ଆଇଡ଼ିଆ ଓ ଆକ୍ଟ ଫାଇବର ପରି କମ୍ପାନୀ ମାନେ ଏବେବି ନିଜ ଉପଭୋକ୍ତା ମାନଙ୍କୁ ଏହି ସୁବିଧା ଉପଲବ୍ଧ କରୁଛି ।

କହିରଖିବା ଉଚିତ ହେବ କି କମ୍ପାନୀ ନିଜ ବ୍ରଡ଼ବ୍ୟାଣ୍ଡ ପ୍ଲାନ ସହ ୩ ମାସ ପର୍ଯ୍ୟନ୍ତ ମିଳୁଥିବା ମାଗଣା ନେଟଫ୍ଲିକ୍ସର ସବସ୍କ୍ରିପସନକୁ ବନ୍ଦ କରିଦେଇଛି । ନିଜ ପ୍ଲାନ ଗୁଡିକର ବୈଧତା ନ ସରିବା ପର୍ଯ୍ୟନ୍ତ ଗ୍ରାହକ ମାନଙ୍କୁ ଏହି ସବୁ ସୁବିଧା ମାନ ମିଳିବ ।

new one

କମ୍ପାନୀ ତରଫରୁ ମିଳୁଥିବା ଅନ୍ୟ କିଛି ସୁବିଧା:

ଏୟାରଟେଲ ନିଜ ପୋଷ୍ଟପେଡ଼ ଓ ବ୍ରଡ଼ବ୍ୟାଣ୍ଡ ପ୍ଲାନର ୟୁଜର ମାନଙ୍କୁ ଆଉ ପୂର୍ବ ପରି ଆମଜନ ପ୍ରାଇମ, ଜି ୫, ମୋବାଇଲ ପ୍ରୋଟେକ୍ସନ ସ୍କ୍ରିନ ଓ ଏକ୍ସଟରିଂ ପରି ପ୍ରିମିୟମ ଆପ୍ସର ମାଗଣା ସବସ୍କ୍ରିପସନ ମିଳିପାରିବ । ଏହାବାଦ କମ୍ପାନୀ ଉପଭୋକ୍ତାଙ୍କୁ ଅନଲିମିଟେଡ଼ କଳିଙ୍ଗ ଓ ଡାଟା ସୁବିଧା ଦେବ ।
ଅନ୍ୟ ପକ୍ଷରେ ଉପଭୋକ୍ତା ମାନଙ୍କୁ ୧୦୦ ଏସଏମଏସ ସହ ପ୍ରତିଦିନ ୧.୫ ଜିବି ଡାଟା ସୁବିଧା ମଧ୍ୟ ମିଳିବ । ଏହା ସହ ୟୁଜର ମାନେ ବି କୌଣସି ନେଟୱର୍କକୁ ଅନଲିମିଟେଡ଼ କଲିଙ୍ଗ କରିପାରିବେ ।

ଏହାବାଦ କମ୍ପାନୀ ୟୁଜରଙ୍କୁ ଏୟାରଟେଲ ଏକ୍ସଟ୍ରିମ , ବିଙ୍କ ମ୍ୟୁଜିକ, ହେଲୋଟ୍ୟୁନ ଓ ଆଣ୍ଟି ଭାଇରସ ମୋବାଇଲ ପ୍ରୋଟେକ୍ସନ ମାଗଣା ମିଳିପାରିବ । ଯେବେକି ଏହାର ସମୟ ସୀମା ରହିବ ୨୮ ଦିନ । କମ୍ପାନୀ ତରଫରୁ ଉପଭୋକ୍ତା ମାନଙ୍କୁ ୧୦୦ ଏସଏମଏସ ସହ ୧.୫ ଯିବି ଡାଟା ମିଳିବ । ଏହା ସହ ୟୁଜର କୌଣସି ନେଟୱର୍କକୁ ଅନଲିମିଟେଡ଼ କଲ କରିପାରିବେ । ଏଠି ସହ କମ୍ପାନୀ ତରଫରୁ ଅନ୍ୟାନ ସୁବିଧା ମାନ ମିଳିପାରିବ । ଯେବେକି ସମୟ ସୀମା ରହିବ ୮୪ ଦିନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.