କୋରୋନା ଭାଇରସ ଦୂର କରିବା ପାଇଁ ଚୀନରେ ପହଞ୍ଚିଲେ ରାକ୍ଷୀ ସାଓ୍ଵନ୍ତ, ସେୟାର କଲେ ଏହି ଭିଡିଓ

ଫିଲ୍ମ ଇଣ୍ଡଷ୍ଟ୍ରିର କଣ୍ଟ୍ରୋଭର୍ସି କ୍ୱିନ ନାଁ ରେ ଲେଶକପ୍ରିୟ ରାକ୍ଷୀ ସାଓ୍ଵନ୍ତ ନିଜର ଆକ୍ଟିଭିଟିଜ୍‌ କାରଣରୁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ରାକ୍ଷୀ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ରହିବା ସହ ଇନଷ୍ଟାଗ୍ରାମରେ ମଧ୍ୟ ଫଟୋ ଏବଂ ଭିଡିଓ ଜରିଆରେ ପ୍ରଶଂସକଙ୍କୁ ନିଜ ମନର କଥା କହିଥାନ୍ତି।
ସୂଚନା ମୁତାବକ କିଛି ଦିନ ପୂର୍ବରୁ ଚୀନରେ କୋରୋନା ଭାଇରସ ଲୋକମାନଙ୍କ ମଧ୍ୟରେ ଭୟଙ୍କର ପରିସ୍ଥତି ସୃଷ୍ଟି କରିଛି। କିନ୍ତୁ ରାକ୍ଷୀ ସାଓ୍ଵନ୍ତଙ୍କୁ ଏହି ସମ୍ପର୍କରେ ବିଲକୁଲ୍‌ ଭୟ ନାହିଁ। ଏବେ ରାକ୍ଷୀ ଚୀନରେ ପହଞ୍ଚି କୋରୋନା ଭାଇରସକୁ ଶେଷ କରିବା ପାଇଁ ଦାବି କରିଛନ୍ତି।

https://www.instagram.com/tv/B8D_fADH4Gy/?utm_source=ig_web_copy_link

ରିପୋର୍ଟ ଅନୁଯାୟୀ ରାକ୍ଷୀ ପ୍ଲାଇଟରେ ବସିଥିବା ସମୟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ରାକ୍ଷୀ କହିଛନ୍ତି ଏହି ଭାଇରସକୁ ଶେଷ କରିବା ପାଇଁ ମୁଁ ଚୀନ ଯାଉଛି। କେବଳ ଏତିକି ନୁହେଁ ରାକ୍ଷୀ ଆମେରିକାର ନାସାରୁ ଏହି ଭାଇରସକୁ ଶେଷ କରିବା ପାଇଁ ମଧ୍ୟ ଔଷଧ ମଗାଇଛନ୍ତି। ରାକ୍ଷୀଙ୍କର ଏହି ଭିଡିଓ ଦର୍ଶକଙ୍କୁ ଖୁବ୍‌ ମଜାଳିଆ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.