ଏସ୍‌ସିବି ପୁନର୍ବିନ୍ୟାସ ପାଇଁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଆରମ୍ଭ, ଭଙ୍ଗାଯାଉଛି ଯୋବ୍ରା ତାଳଦଣ୍ଡା କେନାଲ ଅଞ୍ଚଳରେ ଥିବା ମାଛ ଓ କୁକୁଡା ମାର୍କେଟ୍‌

କଟକ(କେନ୍ୟୁଜ୍): କଟକ ବଡ଼ ମେଡିକାଲ ପୁନର୍ବିନ୍ୟାସ ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଚ୍ଛେଦ ଅଭିଯାନ । ପ୍ରଥମ ପର୍ଯ୍ୟାୟରେ ଯୋବ୍ରା ଅଞ୍ଚଳରୁ ଉଚ୍ଛେଦ କରାଯାଉଛି । ଯୋବ୍ରା ତାଳଦଣ୍ଡା କେନାଲ ଅଞ୍ଚଳରେ ଥିବା ମାଛ ମାର୍କେଟ୍‌, କୁକୁଡା ବଜାର ସମେତ ଏକାଧିକ କ୍ୟାବିନ୍ ଓ ଦୋକାନ ଉଠାଯିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

uchedaସକାଳୁ ସକାଳୁ ଆରମ୍ଭ ହୋଇଛି ଦୋକାନ ଭଙ୍ଗା ଅଭିଯାନ । ଜେସିବି ଓ ବୁଲଡୋଜର ସାହାଯ୍ୟରେ ଘର ଭଙ୍ଗା ଯାଉଛି । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ମୁତୟନ ହୋଇଛି ବ୍ୟାପକ ପୋଲିସ । ଦୋକାନ ଉଚ୍ଛେଦ ପରେ ସେମାନଙ୍କୁ ଯୋବ୍ରା ଜଳସମ୍ପଦ ବିଭାଗର ଷ୍ଟୋର କ୍ୟାମ୍ପସରେ ଥଇଥାନ କରାଯିବ ବୋଲି ଜଣାପଡ଼ିବ । ଭେଣ୍ଡିଂ ଜୋନ୍ କରାଯାଇ ଉଭୟ ପରିବା ଓ ମାଛ ଦୋକାନ ଗୋଟିଏ ସ୍ଥାନରେ ରଖାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.