ଆଲର୍ଟ! ପୋଷ୍ଟ ଅଫିସ୍‌ରେ ଅଛି ଆକାଉଣ୍ଟ ତ ଧ୍ୟାନ ଦିଅନ୍ତୁ, ଟଙ୍କା ଉଠାଣ ଉପରେ ଲାଗିପାରେ ଟ୍ୟାକ୍ସ, ଜାଣନ୍ତୁ ନିୟମ

ପୋଷ୍ଟ ଅଫିସ୍‌ରେ ଏବେ ଟଙ୍କା ଉଠାଣକୁ ନେଇ ନୂଆ ନିୟମ ଲାଗୁ କରାଯାଇଛି। ଏହା ଅଧୀନରେ ଏକ ବିତ୍ତୀୟ ବର୍ଷରେ ଗୋଟିଏ ଲିମିଟ୍‌ରୁ ଅଧିକ ଟଙ୍କା ଉଠାଣ ଉପରେ TDS କାଟି ନିଆଯିବ। ଯଦି କୌଣସି ବିତ୍ତୀୟ ବର୍ଷରେ ପୋଷ୍ଟ ଅଫିସ୍‌ ସ୍କିମ୍‌ରୁ ଉଠାଣର ମୋଟ ଅର୍ଥରାଶି ୨୦ ଲକ୍ଷ ପାର୍‌ କରୁଛି, ତ ଏହି ସ୍ଥିତିରେ TDS କଟିବ। ଏଥିରେ PPF ଉଠାଣ ବି ସାମିଲ ଅଛି।

ଆୟକର ଆକ୍ଟ ୧୯୬୧ର ସେକ୍ସନ ୧୯୪ଏନ୍‌ ଅଧୀନରେ ଯଦି କେହି ନିବେଶକ ବିଗତ ୩ ବର୍ଷରୁ ରିଟର୍ନ ଫାଇଲ୍‌ କରି ନାହାନ୍ତି, ତା’ହେଲେ ଉଠାଣ ଅର୍ଥରାଶି ଉପରେ TDS କାଟି ନିଆଯିବ। ଏହି ନିୟମ ୨୦୨୦ ଜୁଲାଇ ୧ରେ ହିଁ ଲାଗୁ କରାଯାଇଥିଲା। ନୂଆ ନିୟମ ଅଧୀନରେ ଯଦି ନିବେଶକ ଏକ ବିତ୍ତୀୟ ବର୍ଷରେ ୨୦ ଲକ୍ଷରୁ ଅଧିକ ଏବଂ ୧ କୋଟିରୁ କମ୍‌ ଉଠାଣ କରିଛନ୍ତି, ସେ ବିଗତ ୩ ବର୍ଷରୁ ରିଟର୍ନ ଫାଇଲ କରିନାହାନ୍ତି, ଏମିତି ପରିସ୍ଥିତିରେ ୨୦ ଲକ୍ଷରୁ ଅଧିକ ରାଶି ଉପରେ ୨ ପ୍ରତିଶତ TDS କାଟି ନିଆଯିବ।

ଯଦି ଉଠାଣର ମୋଟ ରାଶି ଏକ ବିତ୍ତୀୟ ବର୍ଷରେ ୧ କୋଟିରୁ ଅଧିକ, ତ ୫ ପ୍ରତିଶତ TDS କଟିବ। ଯଦି ନିବେଶକ ରିଟର୍ନ ଫାଇଲ୍‌ କରୁଛି, ତା’ହେଲେ ୧ କୋଟିରୁ ଅଧିକ ଉଠାଣ ପାଇଁ ଆଡିଶନାଲ୍‌ ଆମାଉଣ୍ଟ ଉପରେ କେବଳ ୨ ପ୍ରତିଶତ ହିଁ TDS କଟିବ। ବର୍ତ୍ତମାନ ଏହି ନିୟମକୁ ଲାଗୁ କରାଯାଇନାହିଁ।

ପୋଷ୍ଟ ଅଫିସ୍‌କୁ ଟେକ୍ନୋଲୋଜି ସର୍ଭିସ୍‌ ଦେଉଥିବା ଏଜେନ୍ସି CEPT ୨୦୨୦ ଏପ୍ରିଲ ୧ରୁ ଡିସେମ୍ବର ୩୧ ଭିତରେ ଏମିତି ନିବେଶକମାନଙ୍କର ପୂରା ଡିଟେଲ୍‌ ପ୍ରସ୍ତୁତ କରି ନେଇଛି। ଯେତେବେଳେ ଏହି ନିୟମ ଲାଗୁ କରାଯିବ, ସେତେବେଳେ CEPT ପୋଷ୍ଟାଲ ଡିପାର୍ଟମେଣ୍ଟକୁ ନିବେଶକମାନଙ୍କର ସମସ୍ତ ତଥ୍ୟ ପ୍ରଦାନ କରିବ। ଯେପରି, ଆକାଉଣ୍ଟ ନମ୍ବର, ପ୍ୟାନ୍‌ ନମ୍ବର, ଡିପୋଜିଟ୍‌ ଆମାଉଣ୍ଟ, TDS କେତେ କଟାଯିବ ଇତ୍ୟାଦି। ସେହି ପରିସ୍ଥିତିରେ ସବୁ ପୋଷ୍ଟ ଅଫିସ୍‌ TDS କାଟି ନେବେ ଏବଂ ଏହାର ସୂଚନା ନିବେଶକମାନଙ୍କୁ ଦେଇ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.