କେକ ପ୍ରସ୍ତୁତ କଲା ବେଳେ କୁନି ପିଲାଟିର କ୍ୟୁଟ୍‌ ହରକତ ଦେଖି ଲୋକେ ହେଲେ ଫିଦା, ୬ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି ଭିଡିଓ

ଶିଶୁ ଭଗବାନଙ୍କ ସ୍ୱରୂପ ହୋଇଥାଆନ୍ତି। ସେମାନେ ନିଜ କଥା ଏବଂ ହରକତରେ ଲୋକଙ୍କ ହୃଦୟ ଜିତି ଯାଆନ୍ତି। ସୋସିଆଲ ମିଡିଆରେ ବି ଅନେକ ଭିଡିଓ ସେମାନଙ୍କର ଭାଇରାଲ ହୋଇଥାଏ। ସେଥି ମଧ୍ୟରୁ କିଛି ଭିଡିଓ ଏତେ କ୍ୟୁଟ୍‌ ହୋଇଥାଏ କି, ତାହା ଉପରେ ମିଲିୟନ୍‌ ଭ୍ୟୁଜ୍‌ ଆସିଥାଏ। ଏବେ ଏମିତି ହିଁ ଜଣେ କୁନି ପିଲାର ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ନିଜ ହସ କଣ୍ଟ୍ରୋଲ କରିପାରିବେ ନାହିଁ। କାହିଁକି ନା, କେକ୍‌ ପ୍ରସ୍ତୁତ କଲା ବେଳେ ସେ ଯାହା କିଛି କରିଛି, ତାହା ଲୋକଙ୍କ ହୃଦୟକୁ ଛୁଇଁଯାଇଛି।

ଭିଡିଓଟି ଖୁବ୍‌ ମଜାଦାର। ଏଥିରେ ଆପଣ ଦେଖିପାରିବେ କି, ଜଣେ କୁନି ପିଲା କେକ୍‌ ପ୍ରସ୍ତୁତ କରୁଛି। ତା’ ସାମ୍ନାରେ ଏକ ପାତ୍ରରେ କେକ୍‌ ପାଇଁ ଆବଶ୍ୟକ ସାମଗ୍ରୀ ରଖାଯାଇଛି। କିଛି ସମୟ ପରେ ପିଲାଟି ଏକ ଚାମଚରେ ଅଟା ନେଇ ଉକ୍ତ ପାତ୍ରରେ ପକାଇବାକୁ ଲାଗୁଛି। କିନ୍ତୁ ଭୁଲ୍‌ରେ ସେହି ଅଟା ତା’ ମୁହଁ ଉପରେ ପଡ଼ି ଯାଉଛି। ଏହାପରେ ସେ ଜୋର୍‌ରେ ଚିଲ୍ଲାଇବାକୁ ଲାଗୁଛି। ତା’ର ଏହି କ୍ୟୁଟ୍‌ ଅନ୍ଦାଜ ଲୋକଙ୍କୁ କିମିଆ କରି ଦେଉଛି।

ଟ୍ଵିଟରରେ ଏହି ଭିଡିଓକୁ Fred Schultz ନାମକ ୟୁଜର ଶେୟାର କରିଛନ୍ତି। ଭିଡିଓ ଶେୟାର କରି ସେ ମଜାଦାର କ୍ୟାପସନ ଲେଖିଛନ୍ତି କି, ‘ଫ୍ଲେଭର ଟାଉନ୍‌ରେ ଆପଣଙ୍କୁ ସ୍ୱାଗତ’। ଏ ପର୍ଯ୍ୟନ୍ତ ଏହି ଭିଡିଓକୁ ୬ ଲକ୍ଷ ୮୪ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.