Below header

୧୮ ବର୍ଷ ଧରି ଛିଡ଼ାହୋଇ ସାଧୂ କରୁଛନ୍ତି ତପସ୍ୟା, ପାଦ ହୋଇଗଲାଣି ପଥର ତଥାପି ଭାଙ୍ଗୁନି ତପ

ଚଣ୍ଡିଗଡ଼ :  ଭାରତ ମୁନି,ଋଷି ଓ ତପସ୍ୱୀଙ୍କର ଦେଶ । ଏଠାରେ ତପସ୍ୟା ବଳରେ ସାଧୂମାନେ କାହିଁ କେଉଁ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ କରିଥିବାର ନଜିର ରହିଛି । ପଞ୍ଜାବରେ ଏମିତ ଜଣେ ସାଧୂ ଅଛନ୍ତି ଯିଏକି ଦୀର୍ଘ ୧୮ ବର୍ଷ ଧରି ଠିଆ ଅବସ୍ଥାରେ ତପସ୍ୟା କରୁଛନ୍ତି । ଏପରି କରିବା ଦ୍ୱାରା ତାଙ୍କର ପାଦ ପଥର ହୋଇଗଲାଣି ହେଲେ ସେ ତାଙ୍କ ଧ୍ୟାନରୁ ଓହରି ନାହାଁନ୍ତି ।

temple
photo credit: punjabkesari.in

ପରମାତ୍ମାଙ୍କ ପ୍ରତି ତାଙ୍କର ଥିବା ନିଷ୍ଠାରେ କୌଣସି ପରିବର୍ତ୍ତନ ହୋଇନାହିଁ । ଖାଲି ସେତିକି ନୁହେଁ ସେ ସାରାଜୀବନ ଏପରି ଠିଆହୋଇ ତପସ୍ୟା କରିବାକୁ ପଣ କରିଛନ୍ତି । ବାବାଙ୍କ ନାମ ହେଉଛି ରୌଶନ ମୁନି । ପଞ୍ଜାବ ଓ ହିମାଚଳ ସୀମା ନିକଟ ରୋପଡ଼ ଜିଲ୍ଲାରେ ଖେଡ଼ା କଲ୍‌ମୋଟ ନାମକ ଏକ ଗାଁ ରହିଛି । ଏଠାକାର ପାହାଡ଼ ଶୀର୍ଷରେ ଥିବା ଏକ ମନ୍ଦିର ରହିଛି ।

ଏହିଠାରେ ରୋଶନ ବାବା ଦୀର୍ଘ ୧୮ ବର୍ଷ ଧରି ତପସ୍ୟା କରୁଛନ୍ତି ତାହା ପୁଣି ଠିଆ ହୋଇ । ଦୀର୍ଘ ଦିନ ଧରି ଠିଆ ହେବାରୁ ତାଙ୍କର ପାଦ ଫୁଲିଯାଇ ପଥର ହୋଇଗଲାଣି । ତଥାପି ସେ ତାଙ୍କ ନିଷ୍ଠାରୁ ଓହରି ନାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.