Below header

୨୧ ବର୍ଷୀୟ ଓ୍ଵାଶିଙ୍ଗ୍‌ଟନ ସୁନ୍ଦରଙ୍କୁ ଆନନ୍ଦ ମହିନ୍ଦ୍ରା ଉପହାରରେ ଦେଲେ ‘ମହିନ୍ଦ୍ରା ଥର୍‌’, ଶେୟାର କଲେ ଫଟୋ

ଖ୍ୟାତନାମା ବିଜନେସ୍‌ମ୍ୟାନ ଆନନ୍ଦ ମହିନ୍ଦ୍ରା ନିଜ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ଭାରତୀୟ ଯୁବ କ୍ରିକେଟର ଓ୍ଵାଶିଙ୍ଗଟନ ସୁନ୍ଦରଙ୍କୁ ଏସ୍‌ୟୁଭି ‘ଥର୍‌’ ଗିଫ୍ଟ କରିଛନ୍ତି। ଆଇପିଏଲ୍‌ ୨୦୨୧ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍‌ ତରଫରୁ ଖେଳୁଥିବା ଏହି ଅଲ୍‌ରାଉଣ୍ଡର ଏସ୍‌ୟୁଭି କାର୍‌ ମିଳିବା ପରେ ଆନନ୍ଦ ମହିନ୍ଦ୍ରାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେ ଟ୍ଵିଟରରେ ‘ଥର୍‌’ ସହିତ ଫଟୋ ଶେୟାର କରିଛନ୍ତି। ଫଟୋ ଶେୟାର କରି ସୁନ୍ଦର ଲେଖିଛନ୍ତି, ‘ଏହି ବଢ଼ିଆ ଉପହାର ଏବଂ ପ୍ରୋତ୍ସାହନ ପାଇଁ ଆନନ୍ଦ ମହିନ୍ଦ୍ରା ଆପଣଙ୍କ ନିକଟରେ କୃତଜ୍ଞ। ଏହା ଆମ ଭଳି ଯୁବଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଦେଉଛି। ମୋର ପୂରା ବିଶ୍ୱାସ ରହିଛି କି, ଆପଣଙ୍କ ନିରନ୍ତର ସମର୍ଥନ ଅନେକ ଜଣଙ୍କୁ ଖେଳ ପାଇଁ ପ୍ରେରିତ କରିବ ଏବଂ ଆମ ଦେଶରେ ଗୌରବର ମୁହୂର୍ତ୍ତ ଆଣିବ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ଶୁଭକାମନା, ସାର୍‌।’

ସୂଚନାଥାଉ କି, ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଓ୍ଵାଶିଙ୍ଗ୍‌ଟନ ସୁନ୍ଦର ନିଜର ଟେଷ୍ଟ ଡେବ୍ୟୁ କରିଥିଲେ। ଭାରତ ସିରିଜ୍‌ ଜିତିବା ପରେ ଆନନ୍ଦ ମହିନ୍ଦ୍ରା ୬ ଭାରତୀୟ କ୍ରିକେଟରଙ୍କୁ ଏସ୍‌ୟୁଭି ଗିଫ୍ଟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ଯାହାକୁ ସେ ଆଜି ପୂରଣ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.