ଋଣ ପରିଶୋଧର ୩୦ ଦିନ ମଧ୍ୟରେ ଫେରସ୍ତ ହେବ ସମସ୍ତ ସମ୍ପତ୍ତି କାଗଜପତ୍ର, ବ୍ୟାଙ୍କଗୁଡ଼ିକ RBIର କଡ଼ା ନିର୍ଦ୍ଦେଶ

୧୩ ସେପ୍ଟେମ୍ବର ୨୦୨୩ ରେ ଆରବିଆଇ ଏହି ନିର୍ଦ୍ଦେଶ ଦେଇଛି । କେବଳ ଏତିକି ନୁହେଁ, ଦେଶର ସର୍ବୋଚ୍ଚ ବ୍ୟାଙ୍କ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ବ୍ୟାଙ୍କଗୁଡିକ ଏଭଳି କରିବାରେ ବିଫଳ ହୁଅନ୍ତି, ତେବେ ଋଣ ପ୍ରଦାନକାରୀ ସଂସ୍ଥା କାଗଜ ଫେରସ୍ତ ନହେବା ପର୍ଯ୍ୟନ୍ତ ଋଣଗ୍ରହୀତାଙ୍କୁ ପ୍ରତିଦିନ ୫୦୦୦ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ପଡିବ ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ସମସ୍ତ ବ୍ୟାଙ୍କକୁ ଏକ ମାସ ମଧ୍ୟରେ ଋଣ ପରିଶୋଧ କରୁଥିବା ବ୍ୟକ୍ତିଙ୍କୁ ସେମାନଙ୍କ ସମ୍ପତ୍ତିର କାଗଜ ପତ୍ର ଫେରାଇବାକୁ ନିର୍ଦ୍ଦେଶ ଦେଇଛି । ବ୍ୟାଙ୍କ ବ୍ୟତୀତ ସମସ୍ତ ଏନବିଏଫସି (ନନ୍‌- ବ୍ୟାଙ୍କିଙ୍ଗ ଫାଇନାନ୍ସିଆଲ କର୍ପୋରେସନ)କୁ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଛି । ଥରେ ଋଣ ପରିଶୋଧ କିମ୍ବା ସମାଧାନ ହୋଇଗଲେ ବ୍ୟାଙ୍କଗୁଡ଼ିକୁ ୩୦ ଦିନ ମଧ୍ୟରେ ସମ୍ପତ୍ତିର ସମସ୍ତ କାଗଜ ଉକ୍ତ ବ୍ୟକ୍ତିଙ୍କୁ ଫେରସ୍ତ କରିବାକୁ ପଡିବ । ଏହି ପ୍ରକ୍ରିୟାରେ ପୂର୍ବରୁ ବହୁ ମାସ ଲାଗୁଥିଲା ଯେଉଁଥିପାଇଁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ ।

୧୩ ସେପ୍ଟେମ୍ବର ୨୦୨୩ ରେ ଆରବିଆଇ ଏହି ନିର୍ଦ୍ଦେଶ ଦେଇଛି । କେବଳ ଏତିକି ନୁହେଁ, ଦେଶର ସର୍ବୋଚ୍ଚ ବ୍ୟାଙ୍କ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ବ୍ୟାଙ୍କଗୁଡିକ ଏଭଳି କରିବାରେ ବିଫଳ ହୁଅନ୍ତି, ତେବେ ଋଣ ପ୍ରଦାନକାରୀ ସଂସ୍ଥା କାଗଜ ଫେରସ୍ତ ନହେବା ପର୍ଯ୍ୟନ୍ତ ଋଣଗ୍ରହୀତାଙ୍କୁ ପ୍ରତିଦିନ ୫୦୦୦ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ପଡିବ । ବ୍ୟାଙ୍କ, ଏନବିଏଫସି, ହାଉସିଂ ଫାଇନାନ୍ସ ସଂସ୍ଥା, ଆସେଟ ରିକନଷ୍ଟ୍ରକ୍ସନ କମ୍ପାନୀ ଏବଂ ଆଞ୍ଚଳିକ ବ୍ୟତୀତ ସମବାୟ ବ୍ୟାଙ୍କଗୁଡିକ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ ।

ଯଦି ବ୍ୟାଙ୍କ ସମ୍ପତ୍ତି କାଗଜ ପତ୍ର ଦେବାରେ ବିଳମ୍ବ କରେ, ତେବେ ଏହାର ଠିକ୍‌ କାରଣ ଜଣାଇବାକୁ ପଡ଼ିବ । ସୂଚନା ଥାଉକି, ବ୍ୟାଙ୍କ ଋଣ ଦେବା ପରିବର୍ତ୍ତେ ଋଣଗ୍ରହୀତାଙ୍କର ସମ୍ପତ୍ତିର ଅସଲି କାଗଜପତ୍ରଗୁଡ଼ିକୁ ନିଜ ପାଖରେ ରଖନ୍ତି । ଆରବିଆଇ ପୂର୍ବରୁ କହିଛି ଯେ ଯଦି ଏହି ଡକ୍ୟୁମେଣ୍ଟଗୁଡିକ ହଜିଯାଏ ତେବେ ବ୍ୟାଙ୍କଗୁଡ଼ିକୁ କ୍ଷତିପୂରଣ ଦେବାକୁ ପଡିବ । ଡକ୍ୟୁମେଣ୍ଟଗୁଡ଼ିକୁ ଫେରସ୍ତ କରିବା ପାଇଁ କେବଳ ଗ୍ରାହକଙ୍କ ଘରୋଇ ଶାଖାରୁ ନୁହେଁ ବରଂ ଉକ୍ତ ବ୍ୟାଙ୍କର ଯେକୌଣସି ଶାଖାରୁ ମଧ୍ୟ ପ୍ରକ୍ରିୟା ପୂରା କରିବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ସହିତ, ବ୍ୟାଙ୍କ ଗୁଡ଼ିକ ଋଣ ଦେବା ସମୟରେ ହିଁ ଗ୍ରାହକମାନେ ଋଣ ପରିଶୋଧ ପରେ ଡକ୍ୟୁମେଣ୍ଟସ କେଉଁଠାରୁ ନେବେ ତାହା ଜଣାଇବାକୁ ପଡ଼ିବ । ଯଦି ଋଣ ନେଉଥିବା ବ୍ୟକ୍ତି ମରିଯାଏ, ତେବେ ବ୍ୟାଙ୍କ ଉକ୍ତ ବ୍ୟକ୍ତିଙ୍କ ଉତ୍ତରାଧିକାରୀମାନଙ୍କୁ କିପରି ଦଲିଲଗୁଡ଼ିକୁ ଫେରସ୍ତ କରିବେ ସେନେଇ ସମ୍ପୂର୍ଣ୍ଣ ପ୍ରକ୍ରିୟା ବ୍ୟାଙ୍କ ପ୍ରସ୍ତୁତ କରିବ । ୧ ଡିସେମ୍ବର ୨୦୨୩ ପର ଠାରୁ ଯେଉଁ ସମସ୍ତ ଋଣର ରିପେମେଣ୍ଟ ହେବ, ସେଥିରେ ଏହି ନିୟମ ଲାଗୁ କରାଯିବ । ଏଥିରେ କୌଣସି ପରକ ପଡ଼ିବ ନାହିଁ ଯେ ଋଣ କେବେ ନିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.