କେରଳ: କୋଝିକୋଡ୍‌ରେ ନିପା ଭାଇରସ୍‌ରେ ପୁଣି ୫ ସଂକ୍ରମିତ, ଦୁଇ ଦିନ ପାଇଁ ବନ୍ଦ ରହିବ ସ୍କୁଲ

କେରଳର କୋଝିକୋଡ୍‌ରେ ବୁଧବାର ନିପା ଭାଇରସର ୫ଟି ମାମାଲା ସାମ୍ନାକୁ ଆସିଛି। ଜିଲ୍ଲାରେ ଦୁଇ ଦିନ ପାଇଁ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି ।

କେରଳର କୋଝିକୋଡ୍‌ରେ ନିପା ଭାଇରସ ଦ୍ରୁତ ଗତିରେ ବଢି ଚାଲିଛି । ଏହି ଭାଇରସ ଯୋଗୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ମୃତକଙ୍କ ପରିବାର ଏଥିରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୁଣି ବୁଧବାର ନିପା ଭାଇରସର ୫ଟି ମାମାଲା ସାମ୍ନାକୁ ଆସିଛି ।

ଏଥିପାଇଁ କୋଝିକୋଡ୍ ଜିଲ୍ଲାରେ ଦୁଇ ଦିନ ପାଇଁ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବ ବୋଲି ଜିଲ୍ଲାପାଳ ଏ ଗୀତା ଘୋଷଣା କରିଛନ୍ତି । ଜିଲ୍ଲାପାଳ ଫେସ୍‌ବୁକରେ ଏକ ପୋଷ୍ଟ ଜରିଆରେ ଏହି ଘୋଷଣା କରିଛନ୍ତି । ତେବେ ଏହି ଦୁଇ ଦିନ ଅନ୍‌ଲାଇନ୍‌ରେ ପାଠ ପଢା ହେବ। ପ୍ରଥମେ ନିପା ଭାଇରସରେ ୯ ବର୍ଷର ଜଣେ ପିଲା ସଂକ୍ରମିତ ହୋଇଥିଲା । ଏକ ରିପୋର୍ଟ ଅନୁସାରେ, ଏହି ଭାଇରସରେ ସଂକ୍ରମିତ ୬୦ ଜଣଙ୍କୁ ଚିହ୍ନଟ କରାଯାଇଛି।

ସୂଚନା ରହିଛି, ଜଣେ ସ୍ୱାସ୍ଥ୍ୟ କର୍ମଚାରୀଙ୍କଠାରେ ନିପା ଭାଇରସ ପଜେଟିଭ୍ ମିଳିଛି। ଏଥିପାଇଁ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ଦ୍ୱାରା ସଂକ୍ରମିତ ଲୋକଙ୍କ ଚିକିତ୍ସା ପାଇଁ ମୋନୋକ୍ଲୋନଲ ଆଣ୍ଟିବଡିସ୍‌ ଆଜି ଉପଲବ୍ଧ କରାଯିବ। ତେବେ ଚିକିତ୍ସାଧୀନ କର୍ମଚାରୀଙ୍କ ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ଆସିନାହିଁ।

କୁହାଯାଉଛି ଯେ ନିପା ଭାଇରସ ପାଇଁ ମୋନୋକ୍ଲୋନଲ ଆଣ୍ଟିବଡିସ୍‌ ଏକମାତ୍ର ମେଡିସିନ୍, ଯାହା ଚିକିତ୍ସା ପାଇଁ ଉପଲବ୍ଧ ହୋଇଛି । ହେଲେ ଆଇସିଏମଆର ପାଖରେ ଏହି ମେଡିସିନ୍ ପୂର୍ବରୁ ହିଁ ଉପଲବ୍ଧ ରହିଛି । ତେଣୁ ଭାଇରସର ଚିକିତ୍ସା ପାଇଁ ଆଇସିଏମଆର ପକ୍ଷରୁ ମୋନୋକ୍ଲୋନଲ ଆଣ୍ଟିବଡିସ୍‌ କୋଝିକୋଡ୍ ଜିଲ୍ଲା ପାଇଁ ଅର୍ଡର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.