ଏସିଆନ ଗେମ୍ସ ପାଇଁ ଭାରତୀୟ ଫୁଟବଲ ଟିମ ଘୋଷଣା: ୧୭ ଜଣ ଖେଳାଳିଙ୍କୁ ସୁଯୋଗ, ସୁନୀଲ ଛେତ୍ରୀଙ୍କୁ ଅଧିନାୟକ ଦାୟିତ୍ୱ

ଏସିଆନ ଗେମ୍ସ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏସିଆନ ଗେମ୍ସ ପାଇଁ ୧୭ ଜଣିଆ ଭାରତୀୟ ଫୁଟବଲ ଟିମ୍‌ ଘୋଷଣା ହୋଇଛି । ସୁନୀଲ ଛେତ୍ରୀଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ସେପ୍ଟେମ୍ବର ୧୯ ତାରିଖରୁ ମ୍ୟାଚ୍‌ ଚୀନରେ ଆରମ୍ଭ ହେବାକୁ ଯାଉଛି ।

ଏସିଆନ ଗେମ୍ସ ପାଇଁ ଭାରତୀୟ ଫୁଟବଲ ଟିମ ଘୋଷଣା ହୋଇଛି । ୧୭ ଜଣ ଖେଳାଳିଙ୍କୁ ଟିମରେ ସ୍ଥାନରେ ମିଳିଛି । ଚୀନର ହାଙ୍ଗଝୋଓରେ ସେପ୍ଟେମ୍ବର ୧୯ରେ ଅନୁଷ୍ଠିତ ହେବାକୁ ଯାଉଛି ଏସିଆନ୍ସ ଗେମ୍ସ । ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ଆଗରୁ ମଧ୍ୟ ଏସିଆନ ଗେମ୍ସକୁ ନେଇ ଭାରତୀୟ ଟିମ ଘୋଷଣା କରିଥିଲା । କିନ୍ତୁ ଇଣ୍ଡିଆନ ସୁପର ଲିଗରେ ଖେଳୁଥିବାରୁ ଟିମ ଏଥିରେ ଭାଗ ନେବାକୁ ମନା କରିଥିଲା । ଏହାପରେ AIFF ନୂଆ ଖେଳାଳିଙ୍କୁ ନେଇ ଟିମ ଗଠନ କରି ଭାରତୀୟ ଫୁଟବଲ ଟିମ ଭାଗ ନେବା ପାଇଁ ଘୋଷଣା କରିଥିଲା । ଫୁଟବଲ ଦଳର ଦାୟିତ୍ୱ ସୁନୀଲ ଛେତ୍ରୀଙ୍କୁ ମିଳିଛି ।

ଅଲ ଇଣ୍ଡିଆ ଫୁଟବଲ ଟିମର ଅଧ୍ୟକ୍ଷ ଶ୍ରୀ କଲ୍ୟାଣ ଚୋବେ କହିଛନ୍ତି, ଏଥର ଫୁଟବଲ ଖେଳକୁ ନେଇ ଭାରତୀୟ ଦଳ ବହୁତ ବ୍ୟସ୍ତରେ ରହିଥିଲା । ଇଣ୍ଡିଆନ ଫୁଟବଲ ଲିଗ ସହିତ ଏସିଆନ ଗେମ୍ସ ମଧ୍ୟ ପାଖେଇ ରହିଥିଲା । ଅର୍ନ୍ତଜାତୀୟ ସ୍ତରରେ ମଡେର୍କୋ କପ୍‌, ବିଶ୍ୱକପ କ୍ୱାଲିଫାୟର ଏବଂ ଏଫସି ଏସିଆ କପ୍‌ ମଧ୍ୟ ରହିଛି । ଭାରତୀୟ ଦଳରେ ଥିବା ଖେଳାଳିଙ୍କୁ ରିଲିଜ କରିବା ପାଇଁ ଏସିଆନ ଗେମ୍ସ ଇଣ୍ଡିଆନ ସୁପର ଲିଗ ଏବଂ ଏଫଏସଦିଏଲ କ୍ଲବକୁ ଧନ୍ୟବାଦ ଜଣାଇଛନ୍ତି ।

ଏସିଆନ ଗେମ୍ସ ପାଇଁ ଘୋଷଣା ହୋଇଥିବା ଭାରତୀୟ ଟିମର ଦାୟିତ୍ୱ ସୁନୀଲ ଛେତ୍ରୀଙ୍କୁ ଦିଆଯାଇଛି । ଭାରତୀୟ ଟିମରେ ଗୁରୁମିତ ସିଂ, ଧିରଜ ସିଂ ମୋଇରାଗଥମ, ସୁମିତ ରାଠି, ନରେନ୍ଦ୍ର ଗହଲେଟ, ଅମର ଜିତସିଂ କିୟାମ, ସେମୁଅଲ ଜେମ୍ସ ରାହୁଲ କେପି, ଅବଦୁଲ ରବିହ ଅଜୁକନ୍ଦନ, ଆୟୁଷ ଦେବ ଛେତ୍ରୀ, ବ୍ରାଇସ ମିରାଣ୍ଡା, ଅଜଫର ନୁରାନୀ, ରହିମ ଅଲି,ବିଂସି ବରୋଟେ, ରୋହିତ ଦାନୁ, ଗୁରକିରତ ସିଂ, ଅନିକେତ ଯାଦବ ଖେଳିବେ । ଭାରତୀୟ ଟିମ ୯ ବର୍ଷ ପରେ ଏସିଏନ ଗେମ୍ସରେ ଭାଗ ନେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.