Below header

ଇଣ୍ଡିଆନ ବ୍ୟାଙ୍କରେ ଖାଲିପଡିଛି ସ୍ପେଶାଲିଷ୍ଟ ଅଫିସର ପଦବୀ, ଗ୍ରାଜୁଏସନ କରିଥିଲେ କରନ୍ତୁ ଆବେଦନ

ବ୍ୟାଙ୍କିଂ କ୍ଷେତ୍ରରେ କ୍ୟାରିଅର କରିବା ପାଇଁ ଇଚ୍ଛୁକ ଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଇଣ୍ଡିଆନ ବ୍ୟାଙ୍କରେ ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ୩୦୦ ପୋଷ୍ଟ ଖାଲି ପଡିଛି। ଆବେଦନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଯୋଗ୍ୟ ପ୍ରାର୍ଥୀ ୧୪ ଜୁନ୍‌ ୨୦୨୨ ଅନଲାଇନ ଆବେଦନ କରିପାରିବେ। ନୋଟିଫିକେସନ ମୁତାବକ, ଏହି ଭର୍ତ୍ତି ପ୍ରକ୍ରିୟାରେ ଇଣ୍ଡିଆନ ବ୍ୟାଙ୍କ ସ୍ପେଶାଲିଷ୍ଟ ଅଫିସର ୩୧୨ ପଦବୀ ଖାଲିପଡିଛି। ଏହି ଭର୍ତ୍ତି ପାଇଁ ପରୀକ୍ଷା ଆଇବିପିଏସ୍‌ ଦ୍ୱାରା କରାଯିବ। ଯେଉଁ ପ୍ରାର୍ଥୀ ପରୀକ୍ଷା ପାସ୍‌ କରିବେ, ସେମାନଙ୍କୁ ବ୍ୟାଙ୍କରେ ନିଯୁକ୍ତି ମିଳିବ।

ପଦବୀ ବିବରଣୀ : ୩୧୨

ସ୍ପେଶାଲିଷ୍ଟ ଅଫିସର

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧୪ ଜୁନ, ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା : ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ପ୍ରାର୍ଥୀ ଗ୍ରାଜୁଏଟ କିମ୍ବା ପୋଷ୍ଟ ଗ୍ରାଜୁଏଟ କରିଥିବା ଜରୁରୀ। କିଛି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ ସମ୍ବନ୍ଧିତ ଟ୍ରେଡରେ ପ୍ରଫେସନାଲ ଡିଗ୍ରୀ ହେବା ଜରୁରୀ।

ବୟସ ସୀମା : ଆବେଦନକାରୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ରହିଥିବା ଜରୁରୀ। ଏହାଛଡା ପଦବୀ ଅନୁସାରେ ବୟସ ସୀମା ଅଲଗା ଅଲଗା ନିର୍ଦ୍ଧାରିତ କରାଯାଇଛି। ଅଧିକ ଜାଣିବା ପାଇଁ ଆଇବିପିଏସର ଅଧିକାରକ େଓ୍ଵବସାଇଟ୍‌ibps.in କୁ ନୋଟିଫିକେସନ ଚେକ୍‌ କରିପାରିବେ।

ଆବେଦନ ଶୁଳ୍କ : ସାମାନ୍ୟ, ଓବିସି ଏବଂ EWS ବର୍ଗର ପ୍ରାର୍ଥୀ ୮୫୦ ଟଙ୍କା ଆବେଦନ ଶୁଳ୍କ ଜମା କରିବାକୁ ହେବ। ସେହିପରି ଏସସି/ଏସଟି ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଆବେଦନ ଶୁଳ୍କ ୧୭୫ ଟଙ୍କା ରହିଛି। ଏହି ଶୁଳ୍କ ଅନଲାଇନ ଜମା କରିବାକୁ ହେବ।

job application
abp news

କିପରି ହେବ ଚୟନ :

ସ୍ପେଶାଲିଷ୍ଟ ଅଫିସର ପଦବୀରେ ଆବେଦନ କରିବା ପାଇଁ ପ୍ରଥମେ ଯୋଗ୍ୟତା ଆଧାରରେ ସର୍ଟଲିଷ୍ଟ କରାଯିବ। ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀ ଲିଖିତ/ଅନଲାଇନ ପରୀକ୍ଷା ପାଇଁ ଡକାଯିବ। ଏଥିରେ ପାସ୍‌ ହେଲେ ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁରେ ସାମିଲ ହେବାର ସୁଯୋଗ ମିଳିବ। ତା’ ପରେ ପଦବୀରେ ନିଯୁକ୍ତି ମିଳିବ।

କେମିତି କରିବେ ଆବେଦନ :

ନୋଟିଫିକେସନ ମୁତାବକ, ସ୍ପେଶାଲିଷ୍ଟ ଅଫିସର ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ ଆଇବିପିଏସ୍‌ର ଅଫିସିଆଲ େଓ୍ଵବସାଇଟ୍‌ibps.in କୁ ଯାଇ ସେଠାରେ ଥିବା ନୋଟିଫିକେସନ ଏବଂ ଆବେଦନ ଲିଙ୍କରେ କ୍ଲିକ କରି ଅଧିକ ବିବରଣୀ ହାସଲ କରିପାରିବେ। ନୋଟିଫିକେସନରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ଆବେଦନ ଫର୍ମ ପୂରଣ କରନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://www.indianbank.in/wp-content/uploads/2022/05/Detailed-Advertisment-for-Recruitment-of-Specialist-Officers.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.